କନକ ବ୍ୟୁରୋ : ଟିକାକରଣ ପାଇଁ ରାଜ୍ୟ ସରକାର ଜାରି କଲେ ବ୍ଲୁପ୍ରିଣ୍ଟ । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟୀକାକରଣ। ପ୍ରଥମ ପର୍ୟ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟୀକା । ୨ ଲକ୍ଷ ୯ ହଜାର ୨୭୬ ଟୀକାକରଣ ସ୍ଥାନ ଚିହ୍ନଟ ହୋଇଛି । ଏଥିପାଇଁ ୮, ୨୭୬ ଟିକାକର୍ମୀ ନିୟୋଜିତ ହେବେ । ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି । ୧ ହଜାର ୨୨୨ କୋଲଡ ଚେନ ରହିଛି । ଟୀକା ନେବା ଆଣିବା ପାଇଁ ଆଇଏଲଆର ୧୭୯୬, ଡିଫ୍ରିଜର ୧୭୭୧ ରହିଛି ।

Advertisment

ଗୋଟିଏ ରାଜ୍ୟ ସ୍ତରୀୟ ଟୀକାକରଣ ଷ୍ଟୋର ଥିବା ବେଳେ ୯ ଟି ଆଞ୍ଚଳିକ ଓ ୩୨ ଟି ଜିଲ୍ଲା ସ୍ତରୀୟ ଟିକାକରଣ ଷ୍ଟୋର ରହିଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ । ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ । ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ ।

ଟିକାକରଣ ସ୍ଥାନରେ ୩ଟି ରୁମ ରହିବ । ପ୍ରେକ୍ଷାଳୟ, ନିରୀକ୍ଷଣ ଓ ଟିକାକରଣ ରୁମ ରହିବ । ଟିକାକରଣ ସରିବା ପରେ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଟୀକାକରଣ ପରେ ସାର୍ଟିଫିକେଟ ଦିଆଯିବ ବୋଲି କୁହାଯାଇଛି ।