ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ବୟାନ: କହିଲେ, ପେଟ୍ରୋଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାର ଗୁଡିକ ଦାୟୀ 

Advertisment
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ବୟାନ: କହିଲେ, ପେଟ୍ରୋଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାର ଗୁଡିକ ଦାୟୀ 

The Minister of State for Housing & Urban Affairs, Civil Aviation (Independent Charge) and Commerce & Industry, Shri Hardeep Singh Puri addressing at a Webinar - Swachh Bharat Mission, to celebrate the 6th Anniversary of SBM-Urban, in New Delhi on October 02, 2020.

କନକ ବ୍ୟୁରୋ: ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ରାଜ୍ୟ ସରକାରଙ୍କ ପାଇଁ ତେଲ ଦର ଏପରି ଅଧିକ ରହିଛି । ପେଟ୍ରୋଲରେ ଜିଏସଟି ଲାଗୁ ହେଉ ବୋଲି ରାଜ୍ୟ ସରକାର ଚାହୁଁ ନାହାନ୍ତି । ତେଣୁ ତେଲ ଦର କମୁନି । ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ କେନ୍ଦ୍ର  ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏପରି କହିଛନ୍ତି ।

ଅଶୋଧିତ ପେଟ୍ରୋଲ ଦର ବ୍ୟାରେଲ ପିଛା ୧୯ ଡଲାରରୁ ୭୫ ଡଲାର ହୋଇଛି । ହେଲେ କେନ୍ଦ୍ର ସରକାର ଏହା ପେଟ୍ରୋଲ ଉପରୁ ନେଉଥିବା ଟିକସ ୩୨ ଟଂକାରେ ସ୍ଥିର ରଖିଛନ୍ତି । କେନ୍ଦ୍ର ସରକାର ଏହି ଟିକସ ପଇସାରୁ ଉଜ୍ଜଳା ଯୋଜନା, ମାଗଣା ବାସଗୃହ, ମାଗଣାରେ ରାସନ ଦେଉଛନ୍ତି ବୋଲି ସେ କହିଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ଜିଏସଟି ପରିଷଦ ବୈଠକ ବସିଥିଲା ।

ବୈଠକ ପରେ କେନ୍ଦ୍ରଅର୍ଥମନ୍ତୀ ନିର୍ମଳା ସୀତାରମଣ କହିଥିଲେ ପେଟ୍ରୋଲ ଏବଂ ଡିଜେଲକୁ ଏବେ ଜିଏସଟି ପରିସରଭୁକ୍ତ କରିବା ପାଇଁ ସମୟ ଆସିନାହିଁ । ଅନେକ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଜିଏସଟି ପରିସରଭୁକ୍ତ ହେଉ ପ୍ରସ୍ତାବକୁ ବିରୋଧ କରିଥିଲେ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe