କନକ ବ୍ୟୁରୋ: ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ରାଜ୍ୟ ସରକାରଙ୍କ ପାଇଁ ତେଲ ଦର ଏପରି ଅଧିକ ରହିଛି । ପେଟ୍ରୋଲରେ ଜିଏସଟି ଲାଗୁ ହେଉ ବୋଲି ରାଜ୍ୟ ସରକାର ଚାହୁଁ ନାହାନ୍ତି । ତେଣୁ ତେଲ ଦର କମୁନି । ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏପରି କହିଛନ୍ତି ।
ଅଶୋଧିତ ପେଟ୍ରୋଲ ଦର ବ୍ୟାରେଲ ପିଛା ୧୯ ଡଲାରରୁ ୭୫ ଡଲାର ହୋଇଛି । ହେଲେ କେନ୍ଦ୍ର ସରକାର ଏହା ପେଟ୍ରୋଲ ଉପରୁ ନେଉଥିବା ଟିକସ ୩୨ ଟଂକାରେ ସ୍ଥିର ରଖିଛନ୍ତି । କେନ୍ଦ୍ର ସରକାର ଏହି ଟିକସ ପଇସାରୁ ଉଜ୍ଜଳା ଯୋଜନା, ମାଗଣା ବାସଗୃହ, ମାଗଣାରେ ରାସନ ଦେଉଛନ୍ତି ବୋଲି ସେ କହିଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ଜିଏସଟି ପରିଷଦ ବୈଠକ ବସିଥିଲା ।
ବୈଠକ ପରେ କେନ୍ଦ୍ରଅର୍ଥମନ୍ତୀ ନିର୍ମଳା ସୀତାରମଣ କହିଥିଲେ ପେଟ୍ରୋଲ ଏବଂ ଡିଜେଲକୁ ଏବେ ଜିଏସଟି ପରିସରଭୁକ୍ତ କରିବା ପାଇଁ ସମୟ ଆସିନାହିଁ । ଅନେକ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଜିଏସଟି ପରିସରଭୁକ୍ତ ହେଉ ପ୍ରସ୍ତାବକୁ ବିରୋଧ କରିଥିଲେ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/The_Minister_of_State_for_Housing__Urban_Affairs_Civil_Aviation_Independent_Charge_and_Commerce__Industry_Shri_Hardeep_Singh_Puri_addressing_at_a_Webinar_in_New_Delhi_on_October_02_2020.jpg)