କନକ ବ୍ୟୁରୋ: ଓପିଜିସିର ଅଂଶଧନ ବିକ୍ରି କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ । ଏଥିପାଇଁ ଶକ୍ତି ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଆଗ୍ରହୀ ସରକାରୀ ଓ ଘରୋଇ କମ୍ପାନୀ ଫେବୃୟାରୀ ୨୮ ତାରିଖ ୫ଟା ସୁଦ୍ଧା ଟେଣ୍ଡର ପକାଇବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହି ଲାଭଜନକ ସଂସ୍ଥାରୁ ୪୯ ପ୍ରତିଶତ ଅଂଶଧନ ବିନିବେଶ କରିବାକୁ ନିଷ୍ପତି ନେଇଛନ୍ତି ।
ତେବେ ଗୋଟିଏ ସଂସ୍ଥା, କ୍ଷତିରୁ ଲାଭକୁ ଆସିବା ପରେ କାହିଁକି ଓ କାହା ସ୍ୱାର୍ଥରେ ବିକ୍ରି ପାଇଁ ନିଷ୍ପତି ନିଆଯାଇଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୪୯ ପ୍ରତିଶତ ଅଂଶଧନ ବିକ୍ରି ପାଇଁ କେମିତି ପ୍ରସ୍ତୁତ ହୋଇଗଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।
ନଜର ପକାନ୍ତୁ ‘ଓପିଜିଏସ’ର ପୁରା କାହାଣୀ ଉପରେ
- ଓଡ଼ିଶାର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ୧୯୮୪ରେ ଓପିଜିସି ନିର୍ମାଣ ହୋଇଥିଲା
- ୧୯୯୬-୯୭ରେ ଏଥିରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲା
- ୧୯୯୯ ମସିହାରେ ଏହାର ୪୯% ଅଂଶଧନ ଆମେରିକୀୟ କଂପାନୀକୁ ବିକ୍ରି କରିଥିଲେ ରାଜ୍ୟ
- ୨୦୨୧ ଓ ୨୨ରେ ୨ବର୍ଷ ଧରି କଂପାନୀର ଶହେ ପ୍ରତିଶତ ଅଂଶଧନ ରାଜ୍ୟ ପାଖରେ ରହିଛି
- ୨୦୨୦ରେ କ୍ଷତିରେ ଚାଲୁଥିବା ସଂସ୍ଥା ଚଳିତବର୍ଷ ଲାଭ କରିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/opgc.jpg)