୫ ଜିଲ୍ଲାର ସଂକ୍ରମଣ ହାରକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଟୁଇନ୍ ସିଟିର କରୋନା ସଂଖ୍ୟା ଉଦବେଗଜନକ । 

2,905

କନକ ବ୍ୟୁରୋ: ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ୪ ପ୍ରତିଶତ ତଳକୁ ଖସିଥିଲେ ବି ଉପକୂଳ ଓ ଉତ୍ତର ଓଡ଼ିଶାର ସ୍ଥିତି ଏବେ ବି ଉଦବେଗଜନକ ରହିଛି । କଟକର ସଂକ୍ରମଣ ହାର ସର୍ବାଧିକ ୭.୯ ପ୍ରତିଶତ ରହିଛି, ଯାଜପୁର ଜିଲ୍ଲାର ସଂକ୍ରମଣ ହାର ମଧ୍ୟ ୭ ପ୍ରତିଶତ ଉପରେ ରହିଛି । ନୟାଗଡ଼ ଓ ବାଲେଶ୍ୱରର ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଥିବା ବେଳେ ୫ ପ୍ରତିଶତ ତଳକୁ ଖସିଛି ଖୋର୍ଦ୍ଧା ଜିଲ୍ଲା । ମୟୂରଭଂଜ ଜିଲ୍ଲା ଚିନ୍ତା ବଢ଼ାଉଥିବା ବେଳେ ଶୁକ୍ରବାର ଦିନ ୫ ପ୍ରତିଶତ ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ ।

ଜିଲ୍ଲା ସଂକ୍ରମଣ ହାର

ଓଡ଼ିଶା ୩.୫୭%

କଟକ ୭.୯%

ଯାଜପୁର ୭.୭%

ନୟାଗଡ଼ ୫.୬%

ବାଲେଶ୍ୱର ୫.୧%

ଖୋର୍ଦ୍ଧା ୪.୮%

ମୟୂରଭଂଜ ୪.୭%

ଜଗତସିଂହପୁର ୪.୭%

ଓଡ଼ିଶାର କରୋନା ସଂକ୍ରମଣ ହାର ମ୍ୟାପରେ କଟକ ଓ ଯାଜପୁର ଏହି ଦୁଇଟି ଜିଲ୍ଲା ରେଡ୍ ଜୋନରେ ରହିଛି । ନୟାଗଡ଼ ଓ ବାଲେଶ୍ୱର, ୟେଲୋ ଜୋନ୍ରେ ରହିଛି । ୪ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବାରୁ ଏଗୁଡିକୁ ଗ୍ରୀନ୍ ଜୋନ୍ରେ ରଖାଯାଇଛି ।

ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତ ୨୭,୪୨୯ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୫ ହଜାର ୧ ସକ୍ରିୟ ମାମଲା ରହିଛି । କଟକ ଜିଲ୍ଲାରେ ୪ ହଜାର ୧୬୯ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଏହି ଦୁଇ ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ୬ଟି ଜିଲ୍ଲା ରହିଛି ୟେଲୋ ଜୋନ୍ରେ । ଅନ୍ୟ ଜିଲ୍ଲାରେ ହଜାରେ ତଳେ ରହିଛି ସଂକ୍ରମଣ ।

ରାଜ୍ୟର କିଛି ସ୍ଥାନରେ ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ଆଶ୍ୱସ୍ତିକର ଖବର ହେଉଛି, ନୂଆ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି । ଉପକୂଳ ଓଡ଼ିଶାର ୫ଟି ଜିଲ୍ଲା ଉପରେ ଅଧିକ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ ।