କନକ ବ୍ୟୁରୋ : ବଢିବ କଫି ଚାଷ । କଫି ଚାଷ ନେଇ ବଡ଼ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଏବେ ଲକ୍ଷେ ଏକରରେ ହେବ ଚାଷ । ଏପରିକି ଦଶ ବର୍ଷରେ ଦଶ ଗୁଣ ବଢିବ ଏହି ଚାଷ । ରାଜ୍ୟରେ ଦଶହଜାର ଏକର ଜମିରେ କଫି ଚାଷ କରାଯାଉଛି । ସ୍ଥାୟୀ ଜୀବିକା ପାଇଁ ରାଜ୍ୟ ସରକାର କଫି ଚାଷ ଯୋଜନା ଆରମ୍ଭ କରିଛନ୍ତି । ଆଉ ଏହି ଯୋଜନା ଓଡ଼ିଶାର ୬ ଟି ଜ଼ିଲ୍ଲା ଯଥା କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଗଜପତି ଜ଼ିଲ୍ଲା ଅନ୍ତର୍ଭୁକ୍ତ ରହିଛି । କଫି ଚାରା ପ୍ରସ୍ତୁତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ସାମିଲ କରାଯିବ । ତାସହିତ ଏହି ଯୋଜନା ନିମନ୍ତେ ୨୦୨୬-୨୭ ସୁଦ୍ଧା ଖର୍ଚ୍ଚ ହେବ ୧୧୪୪ କୋଟି ଟଙ୍କା । ରାଜ୍ୟ ସରକାରଙ୍କ ଏହି ଭଳି ଯୋଜନାକୁ କୋରାପୁଟ ଜ଼ିଲ୍ଲାର କଫି ଚାଷୀ ମାନେ ସ୍ୱାଗତ କରିଛନ୍ତି ।

କୋରାପୁଟ କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । କିଛି ବର୍ଷ ହେବ କୋରାପୁଟ ଜ଼ିଲ୍ଲାରେ ଗଛ କଟା ଯୋଗୁ ଜଳବାୟୁ ପରିବର୍ତନ ହେଉଛି । ତେବେ କଫି ମିଶନ ହେବା ଦ୍ୱାରା ଜଙ୍ଗଲ ସୃଷ୍ଟି ହେବ । ଯାହାଫଳରେ ପୂର୍ବ ଜଳବାୟୁ କୁ ଫେରି ପାରିବ ବୋଲି ଆଶା କରାଯାଉଛି । ଜ଼ିଲ୍ଲାର ସେମିଲିଗୁଡାରୁ ନେଇ ଦଶମନ୍ତପୁର, କୋରାପୁଟ ଓ ପଟ୍ଟାଙ୍ଗିରେ ଆଦି ଜ଼ିଲ୍ଲାରେ ସର୍ବମୋଟ ତିନିହଜାର ୮୬ ହେକ୍ଟର ଜମିରେ କଫି ଚାଷ ହେଉଛି । ବେସରକାରୀ ଭାବେ ଦୁଇ ହଜାରରୁ ଉର୍ଦ୍ଧ ହେକ୍ଟରରେ କଫି ଚାଷ କରାଯାଉଛି ।

ଏବେ ହଜାର ହଜାର ଏକରର କଫି ଚାଷ ହେବ । ତା ସହିତ କଫି ଚାଷ କରି ଚାଷୀ ମାନେ ମଧ୍ୟ ବେଶ ଲାଭବାନ୍ ହୋଇପାରିବେ ।