ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ । କଲ୍ୟାଣୀ ଷ୍ଟିଲ ସହ ଏମଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର । ଢ଼େଙ୍କାନାଳରେ ହେବ ପ୍ରକଳ୍ପ ।

433

କନକ ବ୍ୟୁରୋ: ଓଡିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଓ ବିମାନର ଯନ୍ତ୍ରାଂଶ । ଢେଙ୍କାନାଳ ଗଜମରାରେ ହେବ ପ୍ରକଳ୍ପ । କଲ୍ୟାଣୀ ଷ୍ଟିଲ୍ ସହ ଏନେଇ ଚୁକ୍ତି ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର ।

ଲୋକସେବା ଭବନର କନଭେନସନ୍ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍ଓୟୁ ହୋଇଛି । ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି । ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ ହେବ । ୨୪ ମାସ ମଧ୍ୟରେ ପ୍ରକଳ୍ପ ଶେଷ ହୋଇ ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବ ପୁଞ୍ଜି ନିବେଶ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହି ପ୍ରକଳ୍ପ ହେଲେ ରାଜ୍ୟରେ ୧୦ ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ ।