ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ସାହିରୁ ଯିବ କେତେ ଜମି ? ସରକାର ଦେଲେ ପୂରା ତାଲିକା ।

Advertisment
ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ସାହିରୁ ଯିବ କେତେ ଜମି ? ସରକାର ଦେଲେ ପୂରା ତାଲିକା ।

କନକ ବ୍ୟୁରୋ: ଉଚ୍ଛେଦ ପରେ ଏବେ ପୁରୀରେ ଜମି ଅଧିଗ୍ରହଣ ନେଇ ଆସିଲା ବଡ଼ ଖବର । ମେଘନାଦ ପାଚେରୀ ଠାରୁ ୭୫ ମିଟର ମଧ୍ୟରେ ନିରାପତ୍ତା ବଳୟ ନିର୍ମାଣ ପାଇଁ ଜମି ଅଧ୍ରିହଣ କରିବା ନେଇ ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି । ପୁରୀ ଜିଲ୍ଲାପାଙ୍କ ଅନୁରୋଧ ପରେ ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ମେଘନାଦ ପାଚେରୀ ୭୫ ମିଟର ପରିଧି ମଧ୍ୟରେଥିବା ୫ଟି ସ୍ଥାନ ଯଥା, ବାସେଳି ସାହିରୁ ୩.୦୨୮ ଏକର, ମଣିକର୍ଣିକା ସାହିର ୩.୬୨୭ ଏକର, କାଳିକା ଦେବୀ ସାହିରୁ ୧.୯୫୧ ଏକର, ଦୋଳମଣ୍ଡପ ସାହିରୁ ୦.୦୭୭ ଏକର ଏବଂ ଚୁଡ଼ଙ୍ଗ ସାହିରୁ ୩.୮୬୧୫ ଏକର ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ଭୂମି ପ୍ରଭାବିତ ଅଞ୍ଚଳରେ (ଏସଆଇଏ) ବା ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ଭେକ୍ଷଣ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ।

publive-imageଭୂମି ଅର୍ଜନ ,ପୁର୍ନବାସ ଓ ଥଇଥାନରେ ଉଚିତ୍ ମୂଲ୍ୟ ଏବଂ ସ୍ୱଚ୍ଛତା ଅଧିକାର ଆଇନ ଅନୁସାରେ ଉକ୍ତ ସର୍ଭେକ୍ଷଣ କରାଯିବ ବୋଲି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍ ନିରାପତ୍ତା ବଳୟ ଉନ୍ନତି ଉଦ୍ଦେଶ୍ୟରେ ହେବାକୁଥିବା ଏହି ଜମି ଅଧିଗ୍ରହଣ ଦାୟିତ୍ୱରେ ରହିବେ ରହିବେ ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ବାଣ ଡିଭିଜିନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କି, ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ୧ ମାସ ମଧ୍ୟରେ ସର୍ବେକ୍ଷଣ କାର୍ଯ୍ୟ ଶେଷ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe