କଂଗ୍ରେସ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର, ରାହୁଲ ଗାନ୍ଧୀଙ୍କ ସହ ୪ ଜଣଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି

200

କନକ ବ୍ୟୁରୋ : ଲକ୍ଷ୍ମୀପୁର ଯିବେ ରାହୁଲ ଗାନ୍ଧୀଙ୍କ ସହ ୩ ଜଣ କଂଗ୍ରେସର ବରିଷ୍ଠ ନେତା । ସେମାନଙ୍କୁ ଲକ୍ଷ୍ମୀପୁର ଯିବା ପାଇଁ ୟୁପି ଗୃହ ବିଭାଗ ଅନୁମତି ଦେଇଛି । ୟୁପି ଗୃହ ବିଭାଗ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଅନ୍ୟ ୩ ଜଣ କଂଗ୍ରେସ ନେତାଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ଦେଇଛନ୍ତି ।

କହିରଖୁ କି ଲକ୍ଷ୍ମୀପୁରରେ କୃଷକମାନଙ୍କ ଉପରେ ବିଜେପି ନେତାଙ୍କ ପ୍ରୁ୍ରଅ ଗାଡି ଚଢାଇ ହତ୍ୟା କରିବା ଅଭିଯୋଗ ଆସିବା ପରେ କଂଗ୍ରେସ ପୁରା ଦମରେ ସେମାନଙ୍କୁ ନ୍ୟାୟ ଦେବାକୁ ଲାଗିପଡିଛି । ପ୍ରଥମେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କୁ ପୋଲିସ ଗିରଫ୍ କରିଥିଲା । ଏହାପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲ ଲକ୍ଷ୍ମୀପୁର ଯିବାକୁ ଚାହୁଁଥିବା ବେଳେ ତାଙ୍କ ଫ୍ଲାଇଟକୁ ଲ୍ୟାଣ୍ଡ କରିବାକୁ ୟୁପି ସରକାର ଅନୁମତି ଦେଇନଥିଲେ । ଏହାପରେ ବଘେଲ ସିଧା ବିମାନ ବନ୍ଦର ଭିତରେ ଧାରଣାରେ ବସିଥିଲେ । ସେପଟେ ରାଜସ୍ଥାନ କଂଗ୍ରେସର ଯୁବନେତା ତଥା ମନ୍ତ୍ରୀ ସଚିନ ପାଇଲଟଙ୍କୁ ବି ଗାଜିପୁର ସୀମାରେ ଅଟକାଇଥିଲା ପୋଲିସ । ହେଲେ ରାହୁଲ ଗାନ୍ଧୀ, ଚରଣଜିତସିଂ ଚନ୍ନୀ ଜିଦ ଧରିଥିଲେ କି ସେମାନେ ଲକ୍ଷ୍ମୀପୁର ଯିବେ । ଯଦି ଯୋଗୀ ସରକାରଙ୍କ ସାହସ ଅଛି ତେବେ ତାଙ୍କୁ ରାସ୍ତାରେ ପଟନ୍ତୁ ବୋଲି ରାହୁଲ ଯୋଗୀଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଏବେ ସେ ଲକ୍ଷ୍ନୌ ଗସ୍ତରେ ବାହାରିଥିବା ବେଳେ ଯୋଗୀ ସରକାରଙ୍କ ଗୃହ ବିଭାଗ ସେମାନଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ଦେଇଛି ।

କହିରଖୁ କି ଲକ୍ଷ୍ମୀପୁର ମାମଲାରେ କେନ୍ଦ୍ର ବିଜେପି ଯୋଗୀଙ୍କ ହାତ ଛାଡୁଥିବା ନଜର ଆସିଛି । ଗୋଟେପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଜୟ ମିଶ୍ରାଙ୍କୁ କେନ୍ଦ୍ର ବିଜେପି ଆଜି ଦିଲ୍ଲୀ ଡାକିଥିବା ବେଳେ, ବିଜେପି ସାଂସଦ ବରୁଣ ଗାନ୍ଧୀ ବାରମ୍ବାର କୃଷକଙ୍କ ପକ୍ଷରେ ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ କରୁଛନ୍ତି ।