କନକ ବ୍ୟୁରୋ : ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକପାଦ ଆଗକୁ ବଢିଛି ଓଡ଼ିଶା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେୱାଇ ପରିସରକୁ ଆହୁରି ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ଏକ ଭିଡିଓ ବାର୍ତାରେ ଏ ସଂପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଂଚଳର ପ୍ରାୟ ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହେବେ ।
‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ’ ଜରିଆରେ ବିଏସକେୱାଇରୁ ବଂଚିତ ହୋଇଥିବା ଗ୍ରାମାଂଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସପିଟାଲଗୁଡିକରେ କ୍ୟାସଲେସ୍ ସୁବିଧା, ଅର୍ଥାତ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ନଜର ପକାନ୍ତୁ – କ’ଣ ରହିଛି ‘ବିଏସ୍କେୱାଇ ନବୀନ କାର୍ଡ’ ରେ
କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ଛାଡ଼ି ବିଏସକେୱାଇରୁ ବଂଚିତ ଗ୍ରାମାଂଚଳର ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହେବେ
ସେମାନଙ୍କୁ ‘ବିଏସକେୱାଇ ନବୀନ କାର୍ଡ’ ଦିଆଯିବ
ରାଜ୍ୟ ଓ ରାଜ୍ୟ ବାହାରେ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ଚିକିତ୍ସା ସୁବିଧା ପାଇବେ
ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ
ମହିଳା ସଦସ୍ୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକତ୍ସା ପାଇପାରିବେ
ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଏଥିରେ ଉପକୃତ ହେବେ
ଯାହା ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ
ଏପଟେ ବିରୋଧୀ କହିଛନ୍ତି, ରାଜ୍ୟ ସରକାର ସବୁଥିରେ ବିଫଳ ହୋଇଛନ୍ତି, ତେଣୁ କାର୍ଡ ବଦଳାଇ ଲୋକଙ୍କ ବିଶ୍ୱାସ ଜିତିବାକୁ ଚାହୁଁଛନ୍ତି । ଯାହାର ଜବାବ ରଖିଛି ବିଜେଡି ।
ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି
ସେହିପରି ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ଡାକ୍ତରଖାନାରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି
ଗତ ୫ ବର୍ଷରେ ୨୧ ଲକ୍ଷ ରୋଗୀ ଏଥିରେ ଉପକୃତ ହୋଇଛନ୍ତି
ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୪,୫୦୦ କୋଟି ଟଙ୍କା