କନକ ବ୍ୟୁରୋ: ଶିବ ମନ୍ଦିରରେ ଏଣିକି ଆଉ ବ୍ୟବହାର ହେବନି ଗଞ୍ଜେଇ । ଭୋଳାନାଥଙ୍କ ପାଖରେ ଲାଗିହେବନି ଗଞ୍ଜେଇ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କଟକଣା ଲଗାଯାଇଛି । ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏହି ଚିଠି ଲେଖିଛନ୍ତି । କଟକଣା ପରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଶୈବ ପୀଠରେ ଗଂଜେଇ ଭୋଗ ନାଁରେ ନିଶା କାରବାର ଚାଲିଥିଲା ।

Advertisment

ସୂଚନା ଅନୁସାରେ ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ବନ୍ଦ କରିବା ପାଇଁ, ଆବଶ୍ୟକୀୟ ପଦକ୍ଷେପ ନେବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ବାବା ବଳିଆ ଟ୍ରଷ୍ଟ ପକ୍ଷରୁ ଚିଠି ଲେଖି ଅନୁରୋଧ କରାଯାଇଥିଲା । ଆଉ ଏବେ ରାଜ୍ୟ ସରକାର ଶିବ ମନ୍ଦିିରରେ ଗଞ୍ଜେଇ ବ୍ୟବହାର ଉପରେ, କଟକଣା ଲଗାଇବାକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ବାବା ବଳିଆ ।

କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସହଜରେ ଗ୍ରହଣ କରିପାରି ନାହାନ୍ତି, ବିଭିନ୍ନ ଶିବ ମନ୍ଦିରର ପୂଜକ ଓ ଶ୍ରଦ୍ଧାଳୁ ।
କାହିଁ କେଉ କାଳରୁ ଦେବ ଦେବ ମହାଦେବଙ୍କ ନିକଟରେ ଭୋଗ ଭାବରେ ଲାଗୁ ହୁଏ ଗଞ୍ଜେଇ । ମହାଦେବଙ୍କ ଘର୍ଷଣ ସମୟରେ ଗଞ୍ଜେଇ ବ୍ୟବହାର ହୋଇଥାଏ । କିନ୍ତୁ ଠାକୁରଙ୍କ ନିକଟରେ ଭୋଗ ନାଁରେ ଗଞ୍ଜେଇ ନିଶା ବ୍ୟବହାର ବଢ଼ି ବଢ଼ି ଚାଲିଥିବା ସଂସ୍କୃତି ବିଭାଗ ଅନୁଭବ କରିଛି ।