ଆନ୍ଦୋଳନରତ ଶିକ୍ଷକନେତାଙ୍କ ସହ ସରକାର କଲେ ବୈଠକ, ଡିସେମ୍ବର ୧୬ ରୁ ୨୦ ମଧ୍ୟରେ ଶିକ୍ଷକଙ୍କ ଦାବି ଉପରେ ହେବ ଆଲୋଚନା

331

କନକ ବ୍ୟୁରୋ : ବିଧାନସଭା ଆଗରେ ଆନ୍ଦୋଳନରତ ଶିକ୍ଷକଙ୍କ ପାଇଁ ଭଲ ଖବର ଆସିପାରେ । ଦୀର୍ଘ ୪ ଦିନ ହେବ ଆନ୍ଦୋଳନରେ ବସିଥିବା ଶିକ୍ଷକ ସଂଘମାନଙ୍କ ସହ ଆଜି ସରକାରୀ ସ୍ତରରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ହୋଇଥିବା ନିଷ୍ପତ୍ତି ମୁତାବକ ମୁଖ୍ୟ ଶାସନ ସଚିବଙକ ନେତୃତ୍ୱରେ ଏକ କମିଟି ଗଠନ କରାଯିବ । ଏହି କମିଟିରେ ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ ରହିବେ । ଏମାନେ ଡିସେମ୍ବରମାସ ୧୬ ରୁ ୨୦ ତାରିଖ ମଧ୍ୟରେ ଏନେଇ ଆଲୋଚନା କରିବେ ।

କହିରଖୁ କି ୨୭ ତାରିଖ ରବିବାର ଠାରୁ ଶିକ୍ଷକମାନେ ବିଭିନ୍ନ ଦାବି ନେଇ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ମଧ୍ୟରେ ମୁଖ୍ୟତ ନୂଆ ଶିକ୍ଷାନୀତି ୨୦୨୦ ମୁତାବକ ଦରମା ପ୍ରଦାନ, ନ୍ୟାସନାଲ ପେନସନ ସିଷ୍ଟମ ବଦଳରେ ସେମାନଙ୍କ ପାଇଁ ପୁରୁଣା ପେନସନ ସିଷ୍ଟମ ଲାଗୁ କରିବା ଓ ବକେୟା ଥିବା ୬ ବର୍ଷର ଇନକ୍ରିମେଣ୍ଟ ପ୍ରଦାନ କରିବା ।

ଏନେଇ ଲକ୍ଷ ଲକ୍ଷ ଶିକ୍ଷକ ବିଧାନସଭା ଆଗରେ ଆଜକୁ ୪ ଦିନ ଧରି ଧାରଣା ଦେଇଛନ୍ତି । ଏନେଇ ଆଜି ବିଧାନସଭା ଭିତରେ ବିରୋଧୀଦଳମାନେ ଶିକ୍ଷକଙ୍କ ଦାବି ଉପରେ ଆଲୋଚନା କରିବାକୁ ସରକାରଙ୍କ ନିକଟରେ ଦାବି ରଖିଥିଲେ ।