ମେଟ୍ରୋ ପ୍ରକଳ୍ପକୁ ମୋହନ ସରକାରଙ୍କ ଗୁରୁତ୍ୱ । ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କଲେ ରାଜ୍ୟ ସରକାର

Advertisment
ମେଟ୍ରୋ ପ୍ରକଳ୍ପକୁ ମୋହନ ସରକାରଙ୍କ ଗୁରୁତ୍ୱ । ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କଲେ ରାଜ୍ୟ ସରକାର

କନକ ବ୍ୟୁରୋ : ରାଜ୍ୟରେ ବିଜେପି ସରକାର ତା’ର ପ୍ରଥମ ବଜେଟ ଆଗତ କରିଛନ୍ତି । ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଏହି କ୍ରମରେ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ କାମର ଶୁଭାରମ୍ଭ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ପ୍ରକଳ୍ପ କାମକୁ ଏବେର ବିଜେପି ସରକାର ତ୍ୱରାନ୍ୱୀତ କରିବାକୁ ଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe