କନକ ବ୍ୟୁରୋ : କଳାକାରଙ୍କ ପାଇଁ ଖୁସି ଖବର । ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଣିକି ମାସକୁ ମିଳିବ ୨ ହଜାର ଟଙ୍କା । ୮୦ ବର୍ଷରୁ ଅଧିକ ବୟସ୍କ କଳାକାର ପାଇବେ ଅଢେଇ ହଜାର ଟଙ୍କା । ସେହିଭଳି ଅନ୍ୟ କଳାକାର ମାନେ ୧୨ଶହ ବଦଳରେ ୨ ହଜାର ଟଙ୍କାର ଭତା ପାଇବେ । ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ କଳାକାର ଭତା ପାଉଥିବା ହିତାଧିକାରୀଙ୍କ ଆକାଉଂଟକୁ ଏହି ଟଙ୍କା ପଠାଇବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟର ୮୦ ହଜାର କଳାକାର ଉପକୃତ ହେବେ । କଳାକାର ଭତା ବଢାଇ ମୁଖ୍ୟମନ୍ତ୍ରୀ କହିଛନ୍ତି କଳାକାର ହେଉଛନ୍ତି ଆମର ଅସ୍ମିତା । ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେମାନଙ୍କ ହିତକୁ ନଜରରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ କଳାକାର ଭତା ବଢାଇବା ପାଇଁ ଦାବି ହୋଇଥିଲା ।