କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ର ସହ ସୀମା ବିବାଦ ରହିିଛି । ଏପରି ସ୍ଥିତିରେ ସଂପୃକ୍ତ ସ୍ଥାନରେ କିଭଳି ସୁରୁଖୁରରେ ନିର୍ବାଚନ ସୁନିଶ୍ଚିିତ ହେବ ଏବଂ କୌଣସି ପ୍ରକାର ପ୍ରତିକୂଳ ସ୍ଥିତି ସୃଷ୍ଟି ହେବ ନାହିଁ ତାକୁ ସୁନିଶ୍ଚିତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ୩୦ ଟ୍ରୁପ୍ ସିଆରପିଏଫ ମୁତୟନ କରାଯିବ । କୋଟିଆ ସମେତ ସୀମାନ୍ତ ଅଞ୍ଚଳରେ ଭୋଟ ଗ୍ରହଣ ସୁଚାରୁରୂପେ ସମାପନ କରାଯିବ । ଏଥିପାଇଁ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି । ମାଲକାନଗିରି ଜିଲ୍ଲାରେ ଷୋହଳ କମ୍ପାନୀ , କୋରାପୁଟ ଜିଲ୍ଲାରେ ଆଠ କମ୍ପାନୀ, ନବରଙ୍ଗପୁର ଜିଲ୍ଲାର ତିନି କମ୍ପାନୀ ଓ ରାୟଗଡା ଜିଲ୍ଲାରେ ତିନି କମ୍ପାନୀ ସିଆରପିଏଫ ମୁତୟନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/Capture-24.jpg)