ସନ୍ଧ୍ୟା ସୁଦ୍ଧା ସରିବ ଗଣତି, ବାହାରିବ ଫଳାଫଳ । କରୋନା ଗାଇଡଲାଇନ ମାନି ଗଣତି ହେଉଥିବାରୁ ହେଉଛି ବିଳମ୍ବ । ଦୁଇଟି ଆସନରେ ଆଗରେ ରହିଛି ବିଜେଡି ।

256

କନକ ବ୍ୟୁରୋ: ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଆଗେଇ ଚାଲିଛି ଭୋଟ ଗଣତି । ଫଳାଫଳ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ । ତିର୍ତ୍ତୋଲରେ ୧୨ ରାଉଣ୍ଡ ଓ ବାଲେଶ୍ୱରରେ ୧୨ ରାଉଣ୍ଡ ଗଣତି ସରିଛି । ତିର୍ତ୍ତୋଲରେ ବିଜେଡିର ବିଜୟ ଶଙ୍କର ଦାଶ ଆଗରେ ରହିଛନ୍ତି ତାଙ୍କ ସହ ନିକଟତମ ପ୍ରତିନ୍ଦ୍ୱନ୍ଦୀ ଭାବେ ବିଜେପିର ରାଜକିଶୋର ବେହେରା ଫାଇଟ କରୁଛନ୍ତି ।

ସେହିପରି ବାଲେଶ୍ୱରରେ ବି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ଆଗରେ ରହିଛନ୍ତି ।
ତେବେ ସନ୍ଧ୍ୟା ସୁଦ୍ଧା ସରିବ ଗଣତି, ବାହାରିବ ଫଳାଫଳ । କୋଭିଡ ଗାଇଡଲାଇନ ମାନି କାଉଣ୍ଟିଙ୍ଗ ହେଉଥିବାରୁ ବିଳମ୍ବ ହେଉଛି । ୧୪ଟି ଟେବୁଲରେ ଗଣତି ହୋଇ ଗୋଟିଏ ରାଉଣ୍ଡ ଫଳ ବାହାରୁଛି । ସାମାଜିକ ଦୂରତା ମାନି ସମ୍ପୂର୍ଣ୍ଣ କରୋନା ଗାଇଡଲାଇନ ସହ ଗଣତି ଚାଲୁଥିବାରୁ ବିଳମ୍ବ ହେଉଛି । ମାତ୍ର ସନ୍ଧ୍ୟା ସୁଦ୍ଧା ଫଳ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।