କନକ ବ୍ୟୁରୋ : ରାଜ୍ୟରେ ଗତକାଲି ଠାରୁ ଆଜି କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୧ ହଜାର ଉପରେ ଥିବା ବେଳେ ଆଜି ଏହା ସାମାନ୍ୟ କମି ୮୭୨ ରେ ପହଂଚିଛି । କୁହାଯାଉଛି କି, ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡରେ ସଂକ୍ରମିତଙ୍କ ସଂଖ୍ୟା ସବୁଠୁୁ ଆଗରେ ରହିଛି ।

Advertisment

ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୮୨, ସୁନ୍ଦରଗଡ ୧୪୪ , କଟକ ୯୬, ମୟୁରଭଞ୍ଜ ୫୯ ,ଷ୍ଟେଟପୁଲରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୫୧୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୬୦ ରହିଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୧୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏସବୁ ଭିତରେ ପୁଣିଥରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୯୬ କୁ ବୃଦ୍ଧି ପାଇଛି ।