ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧୩ ପଜିଟିଭ୍ ଚିହ୍ନଟ । ସଂଗରୋଧରୁ ୬୭, ସ୍ଥାନୀୟ ସଂକ୍ରମଣ ୪୬ ଚିହ୍ନଟ

406

କନକ ବ୍ୟୁରୋ : ରାଜ୍ୟରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଆଉ ୧୧୩ ପଜିଟିଭ୍ ଚିହ୍ନଟ । ସଂଗରୋଧରୁ ୬୭ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୪୬ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୨୦ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭, ଖୋର୍ଦ୍ଧାରୁ ୧୪, ମୟୁରଭଞ୍ଜରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୯ ହଜାର ୭୬ ହୋଇଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୩ଲକ୍ଷ ୩୬ ହଜାର ୨୦୬ ଜଣ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୮ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ କରୋନାକୁ ନେଇ ରାଜ୍ୟ ସରକାର ସକ୍ରିୟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରି । ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା