କଂଗ୍ରେସ ରାଜନୀତିରେ ରୋଚକ ମୋଡ : ତେଜିଲା ପ୍ରସାଦ ଗୋଷ୍ଠୀର ନରସିଂହ ହଟାଅ ଅଭିଯାନ

30

କନକ ବ୍ୟୁରୋ : ରାଜ୍ୟରେ କଂଗ୍ରେସ ରାଜନୀତି ରୋଚକ ମୋଡରେ ପହଂଚିଛି । ଦଳକୁ ସଜାଡିବା ପାଇଁ ଦିନରେ ପର୍ଯ୍ୟବେକ୍ଷକଙ୍କ ସହ ବୈଠକ ହୋଇଥିବାବେଳେ ରାତିରେ ତେଜିଛି ବିରୋଧୀ ଦଳ ନେତା ପଦରୁ ନରସିଂହ ହଟାଅ ଅଭିଯାନ । ଭୁବନେଶ୍ୱରର ଏକ ହୋଟେଲରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ତାଙ୍କ ସମର୍ଥକ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି । ଏଥିରେ ବିରୋଧୀଦଳ ନେତା ପଦରୁ ନରସିଂହ ମିଶଙ୍କୁ ହଟାଇବା ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

ରାଜ୍ୟ କଂଗ୍ରେସକୁ ସଜାଡିବା ଲାଗି ଏଆଇସିସିର ପର୍ଯ୍ୟବେକ୍ଷକ ଭୁବନେଶ୍ୱରରେ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି । ପ୍ରସାଦ ହରିଚନ୍ଦନଙ୍କୁ ପିସିସି ପଦରୁ ହଟାଇବା ପାଇଁ ନରସିଂହ ମିଶ୍ର ଗୋଷ୍ଠୀ ଜୋରଦାର ଉଦ୍ୟମ ଚଳାଇଥିବାବେଳେ ନରସିଂହଙ୍କୁ ହଟାଇବା ଲାଗି ପ୍ରସାଦ ଗୋଷ୍ଠୀର ବୈଠକ କଂଗ୍ରେସ ରାଜନୀତିକୁ ରୋଚକ କରିଛି ।

ସେପଟେ ରାଜ୍ୟ କଂଗ୍ରେସର ମୁଖିଆ ପରିବର୍ତନ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ସେ କହିଛନ୍ତି, ଯଦି ପିସିସିରେ ଆମୂଳଚୂଳ ପରିବର୍ତନ ହେବ ତେବେ ସମସ୍ତେ ବଦଳିବା ଦରକାର । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ବଦଳାଯାଉ । ପିସିସି ସଭାପତି ପ୍ରସାଦ ହରିଚନନ୍ଦନ ବଦଳିଲେ ତାଙ୍କ ମନ ଦୁଃଖ ହେବ କାରଣ ସେ ତାଙ୍କ ଜ୍ୱାଇଁ ବୋଲି କହିଛନ୍ତି ସୁର । ପିସିସିରେ ନୂଆ ନେତାଙ୍କୁ ଦାୟୀତ୍ୱ ଦିଆଯାଉ ବୋଲି କହିଛନ୍ତି କଂଗ୍ରେସର ଏହି ନେତା ।