ତୈଳ ଦର ବୃଦ୍ଧିକୁ ନେଇ ରାଜ୍ୟ କଂଗ୍ରେସର ବିରୋଧ । ପାୱାର ହାଉସ ଛକରୁ ରାଜଭବନ ପର୍ଯ୍ୟନ୍ତ ବାହାରିଲା ଶଗଡ ରାଲି । 

158

କନକ ବ୍ୟୁରୋ : ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧିକୁ ରାଜ୍ୟ କଂଗ୍ରେସର ବିରୋଧ । ତେଲ ଦର ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିଛି କଂଗ୍ରେସ । ଓଡ଼ିଶା ଯୁବ ପ୍ରଦେଶ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ ପାୱାର ହାଉସ ଛକରୁ ରାଜଭବନ ପର୍ଯ୍ୟନ୍ତ ଶଗଡ଼ ରାଲି ବାହାରିଛି ।

ଏହି ରାଲି ଯୁବ କଂଗ୍ରେସର ବହୁ କର୍ମୀ ସାମିଲ ଥିଲେ । ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ହୁ ହୁ ବଢ଼ିବାରେ ଲାଗିଛି । ପେଟ୍ରାଲ ଦର ୮୭ ଟଙ୍କା ଥିବା ବେଳେ ଡ଼ିଜେଲ ଦର  ୮୩ଟଙ୍କା ରହିଛି । ଏହାକୁ ବିରୋଧ କରି ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛି ।

ସେପଟେ କୃଷି ଆଇନକୁ ନେଇ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋର ଧରିଛି । କେବଳ ଦିଲ୍ଲୀ ନୁହେଁ ଓଡିଶାରେ ମଧ୍ୟ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଉଛି । ତେବେ କଂଗ୍ରେସ ଚାଷୀମାନଙ୍କ ସମର୍ଥନରେ ଆଜି ବିକ୍ଷୋଭ କରିଛି ।