କନକ ବ୍ୟୁରୋ: ରାଜ୍ୟ କଂଗ୍ରେସର ମେଣ୍ଟ ରାଜନୀତି । ସମାନ ବିଚାରଧାରାର ରାଜନୈତିକ ଦଳ ଗୁଡିକୁ ଏକାଠି କରୁଛି ରାଜ୍ୟ କଂଗ୍ରେସ । ଓଡ଼ିଶା କଂଗ୍ରେସର ଆହ୍ୱାନକ୍ରମେ ଅଣବିଜେପି ଓ ଅଣବିଜେଡି ଦଳ ଗୁଡିକୁ ନେଇ ଏକ ବୈଠକ ବସିଛି । ଆଗାମୀ ଦିନରେ ବିଜେପି ଓ ବିଜେଡିକୁ ପରାସ୍ତ କରିବା ପାଇଁ ଦଳଗୁଡିକ ଏକାଠି ହୋଇ ଏହି ବୈଠକରେ ଆଲୋଚନା କରିଛନ୍ତି । ବିଜେପି ଓ ବିଜେଡିକୁ ଆଗାମୀ ନିର୍ବାଚନରେ ପରାସ୍ତ କରିବା ପାଇଁ ଏକାଠି ହୋଇ ଲଢ଼େଇ କରାଯିବାକୁ ଯୋଜନା କରାଯାଇଛି । ଏଥିପାଇଁ ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଏକ ରାଜନୈତିକ ସମ୍ମିଳନୀ ଆୟୋଜନ କରାଯାଇ ବିଜେପି ଓ ବିଜେଡି ବିରୋଧରେ ରାଜ୍ୟରେ ଏକ ବ୍ୟାପକ ଜନଆନ୍ଦୋଳନ କରାଯିବାକୁ ଖସଡ଼ା ପ୍ରସ୍ତୁତ କରାଯିବାକୁ ନିଷ୍ପତି ନିଆଯାଇଛି ।
ଏହି ବୈଠକରେ କଂଗ୍ରେସ ଦଳ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଭୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ ଆରଜେଡି, ସିପିଆଇଏମ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମସି, ସିପିଏମ, ଆପ୍ ଭଳି ରାଜନୈତିକ ଦଳ ନେତାମାନେ ଯୋଗଦେଇଥିଲେ ।
Follow Us