କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ସୂଚନା ଦେଇଛନ୍ତି । ସୂଚନା ମୁତାବକ ୧୪ଟି ପ୍ରସ୍ତାବ ମଧ୍ୟରେ ରହିଛି ପିଡିଏସ ବ୍ୟବସ୍ଥାର ସଂଶୋଧନ, ଗ୍ରୁପ ଏ ଓ ଗ୍ରୁପ ବି ଅଫିସର ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ । ଏହାସହ କଳାହାଣ୍ଡି କୋକସରାରେ ହେବ ଏକସାଇଜ ଷ୍ଟେସନ, ଓଡିଶା ଅଗ୍ନିଶମବାହିନୀ ନିଯୁକ୍ତିରେ ହେବ ସଂଶୋଧନ । ଖୋର୍ଦ୍ଦା ଡେରାସରେ ହେବ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ।