ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ମୋହର: ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି: ସେତୁ ନିର୍ମାଣ ପାଇଁ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କାର ବଜେଟ; ୩୦ମାସ ଭିତରେ ସରିବ ସେତୁ ନିର୍ମାଣ କାମ

269

ବାଲିପାଳ-ଭୋଗରାଇ ମଧ୍ୟରେ ଯାତାୟାତ ସୁବିଧା ହେବ

ଓଡିଶା ଦ୍ରବ୍ୟ ଓ ସେବା କର ଅଧ୍ୟାଦେଶରେ ସଂଶୋଧନ ପ୍ରସ୍ତାବିତ ବିଧେୟକ ମାଧ୍ୟମରେ ପଞ୍ଜିକୃତ ଟିକସଦାତା ଉପକୃତ ହେବେ

କର ପ୍ରଶାସକମାନେ GST କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ପାରିବେ

ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମରେ ସଂଶୋଧନ

କନକ ବ୍ୟୁରୋ: ଆଜି ବସିଥିବା କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଧେୟକକୁ ମଂଜୁରୀ । ଏହା ନିୟମିତ କର ପୈଠ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା ପାଇଁ ଏଥିରେ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ ପାଇଁ ଶାସ୍ତି ବ୍ୟବସ୍ଥା ରହିଛି । ସେହିପରି ଓଡିଶା ଲୋକାଲ ଫଣ୍ଡ ଅଡିଟ୍ର ସଂଶୋଧନ ପ୍ରସ୍ତାବକୁ ମିଳିଛି ମଂଜୁରୀ । ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ଜାତୀୟ ରାଜପଥ ୧୬ର ହଳଦୀପଡାଠାରୁ ଭାୟା ବାଲିଆପାଳ ଦେଇ ସୀମାରେ ୩୬ କିଲୋମିଟର ଠାରେ ସୁବର୍ଣ୍ଣରେଖା ନଦୀଠାରେ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି ।

ବାଲିଆପାଳ ବ୍ଲକର ଜାମକୁଣ୍ଡ ଓ ଭୋଗରାଇ ବ୍ଲକର ଅଡଙ୍ଗପନ୍ତେଇକୁ ଏହି ସେତୁ ସଂଯୋଗ କରିବ । ଏହାର ଦୈର୍ଘ୍ୟ ୯୯୩.୧୨ ମିଟର ଓ ପ୍ରସ୍ଥ ୬୨.୦୭ ମିଟର ହେବ । ଏଥି ପାଇଁ ୧୩୮ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଥିବା ବେଳେ ୩୦ ମାସ ମଧ୍ୟରେ ଏହାର କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ସେତୁ ନିର୍ମାଣ ଯୋଗୁଁ ବାଲିଆପାଳ ଓ ଭୋଗରାଇ ବ୍ଲକ ସହ ଯୋଗାଯୋଗର ସୁବିଧା ହେବ ।