କିଛି ସମୟ ପରେ ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ହେବ କୃଷି, ଐତିହ୍ୟ ଓ ରାଜ୍ୟ କ୍ୟାବିନେଟ ମିଟିଂ । ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

372

କନକ ବ୍ୟୁରୋ: ଆଉ କିଛି ସମୟ ପରେ ବସିବ କ୍ୟାବିନେଟ ବୈଠକ । କୃଷି, ଐତିହ୍ୟ ଓ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ୩ଟି କ୍ୟାବିନେଟ ବୈଠକ । ଭିଡିଓ କନଫରେନ୍ସି ଜରିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗୋଟିଏ ପ୍ରସ୍ତାବ ଆସିବ ବୋଲି ଜଣାପଡିଛି ।

କୋଭିଡ ମହାମାରୀ ବିରୋଧରେ ରାଜ୍ୟ ସରକାର ସଂଗ୍ରାମ ଜାରି ରଖିଥିବା ବେଳେ କୃଷିକ୍ଷେତ୍ରକୁ ଅଗ୍ରାଧିକାର ଦେଇ କ୍ୟାବିନେଟ ବୈଠକରେ କିଛି ନିଷ୍ପତ୍ତି ନିଆଯାଇପାରେ । ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଏହା ପ୍ରଥମ କୃଷି କ୍ୟାବିନେଟ ବୈଠକ ।