ରାଜ୍ୟ କ୍ୟାବିନେଟରେ ୨୮ଟି ପ୍ରସ୍ତାବ ଉପରେ ମୋହର ମାରିଲେ ସରକାର! ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ୨୫ ହଜାର ଛାତ୍ରୀ

Advertisment
ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ! କଇଁଛଙ୍କ ସୁରକ୍ଷା ଲାଗି ଖୋଲିବ ୬୬ଟି ଶିବିର, ମୁତୟନ ହେବେ ବନକର୍ମଚାରୀ

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ରାଜ୍ୟ କ୍ୟାବିନେଟ ୨୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଖାସକରି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ଖୁସି’ ଯୋଜନାକୁ ମଂଜୁରୀ ମିଳିଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଖୁସି ଆଣିଛନ୍ତି। ଏହି ଯୋଜନା ଅନୁସାରେ ଛାତ୍ରୀମାନେ ସେମାନଙ୍କର ସ୍କୁଲରୁ ମାଗଣାରେ ସାନିଟାରି ନାପକିନ୍ ପାଇପାରିବେ। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଖୁସି ଯୋଜନାରେ ୫ ବର୍ଷରେ ୪୬୬.୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ରାଜ୍ୟର ମୋଟ ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଛାତ୍ରୀଙ୍କୁ ମଧ୍ୟ ନାପକିନ୍ ମିଳିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଅନ୍ୟ କିଛି ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛନ୍ତି ସରକାର । କାଳିଆ ଛାତ୍ର ବୃତ୍ତିକୁ ମଧ୍ୟ ମିଳିଲା କ୍ୟାବିନେଟ ମଞ୍ଚୁରୀ । ଏହାଛଡା ସ୍ୱାସ୍ଥ୍ୟ ବିଭାଗରେ ୬ ବର୍ଷ କାର୍ଯ୍ୟ କରିଥିବା ଠିକା କର୍ମଚାରୀ ନିୟମିତ ହେବେ। ଷ୍ଟାଫନର୍ସ, ଲାବ୍ ଟେକ୍ନିସିଆନ, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ନିୟମିତ ହେବେ। କ୍ୟାବିନେଟ ମଂଜୁରୀ ପରେ ୧୪୦୯ ଷ୍ଟାଫନର୍ସ ନିୟମିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe