ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ । ଆଚରଣ ବିଧି ଲାଗୁ ହେବା ପୂର୍ବରୁ ହୋଇପାରେ ବଡ଼ ଘୋଷଣା ।

1,005

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ । ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅପରାହ୍ଣରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ତେଣୁ ଏହା ପୂର୍ବରୁ କ୍ୟାବିନେଟ୍ ବୈଠକରେ ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ତେବେ କ୍ୟାବିନେଟର ଏଜେଣ୍ଡା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବୈଠକ ବସୁଥିବାରୁ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ମୋହର ମାରିବ ବୋଲି ସୂଚନା ମିଳିଛି ।