ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଇ-ଯାନ ପ୍ରସ୍ତାବ ଉପରେ ବାଜିପାରେ ମୋହର

186

କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ସଂଧ୍ୟା ୫ଟା ୩୦ରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିପାରେ । ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ନେଇ ପ୍ରସ୍ତାବ ଆସିପାରେ । ସେହିପରି ଇ-ଯାନ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ସେପଟେ, ପଂଚାୟତ ନିର୍ବାଚନ ପାଇଁ ବାଟ ଫିଟୁଛି । ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ନେଇ ଆସନ୍ତା ବିଧାନସଭାରେ ସଂଶୋଧନ ଆସିବାକୁ ଯାଉଛି । ଏଥର ନିର୍ବାଚନ ପାଇଁ ସରଂକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ଏଥିପାଇଁ ସଂରକ୍ଷଣ ଆଇନ ଆସୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଆସନ୍ତା ଫେବୃଆରୀ ମାସରେ ପଂଚାୟତ ନିର୍ବାଚନର ଅବଧି ସରୁଛି । ଗୋଟିଏ ପଟେ ଆସନ ସଂରକ୍ଷଣ ଓ ସୀମା ପୁନନିର୍ଦ୍ଧାରଣ ନିର୍ବାଚନ ପାଇଁ ବାଧକ ସାଜିଥିଲା । କିଛି ଦିନ ପୂର୍ବରୁ ପଂଚାୟତିରାଜ ବିଭାଗ ପକ୍ଷରୁ ସ୍ପଷ୍ଟ କରିଥିଲା ଆସନ୍ତା ପଂଚାୟତ ନିର୍ବାଚନରେ ଆଉ ସୀମା ପୁର୍ନଗଠନ ହେବନି, ୨୦୧୭ ନିର୍ବାଚନରେ ଅନେକ ବଡ ପଂଚାୟତକୁ ଭାଂଗି ଛୋଟ ପଂଚାୟତ କରାଯାଇଥିଲା ।