ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବ ଉପରେ ଲାଗିଲା ମୋହର, ସର୍ବନିମ୍ନ ମଜୁରୀ, ଓଡ଼ିଆ ଅସ୍ମିତା ଓ କନିଷ୍ଠ ଶିକ୍ଷକଙ୍କୁ ନେଇ ବଡ଼ ନିଷ୍ପତ୍ତି

ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବ ଉପରେ ଲାଗିଲା ମୋହର, ସର୍ବନିମ୍ନ ମଜୁରୀ, ଓଡ଼ିଆ ଅସ୍ମିତା ଓ କନିଷ୍ଠ ଶିକ୍ଷକଙ୍କୁ ନେଇ ବଡ଼ ନିଷ୍ପତ୍ତି

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩ ଘଣ୍ଟାର ବୈଠକ ପରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି। ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ମୁଖ୍ୟ କୁଶଳୀର ଦୈନିକ ମଜୁରୀ ୩୯୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। କୁଶଳୀଙ୍କ ମଜୁରୀ ୪୪୨ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି ହୋଇଛି। ଉଚ୍ଚ କୁଶଳୀଙ୍କ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବଢାଇ ଦିଆଯାଇଛି। ସେହିପରି ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡିଆ ଅସ୍ମିତାକୁ ଉଦ୍ଜୀବିତ କରିବା ପାଇଁ ୨୦୦ କୋଟି ଟଙ୍କା ମଂଜୁରୀ କରାଯାଇଛି। ତୃତୀୟ ପ୍ରସ୍ତାବରେ ଓଡ଼ିଶା ବିଦ୍ୟାଳୟର ୧୮,୭୮୮ ଶିକ୍ଷକଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨,୦୬୫ଟି ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ ସଚଳ କରାଯିବା ନେଇ ନିଷ୍ପତି ହୋଇଛି । ପିଏମ୍ କିଷାନରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ୫ରୁ ୬ ଲକ୍ଷ ଚାଷୀ ପିଏମ୍ କିଷାନ ଯୋଜନାରେ ହେବେ ସାମିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe