୧୨ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ୍ ମୋହର । ନଜର ପକାନ୍ତୁ କେଉଁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ?

୧୨ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ୍ ମୋହର । ନଜର ପକାନ୍ତୁ କେଉଁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ?

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଦେଶରେ କୃଷକ ଆନ୍ଦୋଳନ ଜୋର ଧରିଥିବା ବେଳେ ରାଜ୍ୟ ସରକାର ଆଜି କ୍ୟାବିନେଟରେ ଏ ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ପାରିତ କରିଛନ୍ତି। ରାଜ୍ୟରେ ଏମଏସ୍ ସ୍ବାମୀନାଥନ୍ କମିଟିର ସୁପାରିସ ଲାଗୁ କରିବା ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ। ସେହିପରି ଚାଷୀଙ୍କ ଆୟ ଦ୍ବିଗୁଣ କରିବା ଲାଗି ଏମଏସପି ଗୁରୁତ୍ବପୂର୍ଣ୍ଣ ଏବଂ ଏହା ଉତ୍ପାଦନ ମୂଲ୍ୟର ୫୦%ରୁ ଅଧିକ ହେବା ଦରକାର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି । ଉଲ୍ଲେଖଯୋଗ୍ୟ, ୨୦୧୭-୧୮ରେ ମଧ୍ୟ ଏମଏସପି ନେଇ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା।

ଫୁଲବାଣୀ‌ରେ ମେଡିକାଲ କଲେଜ ଲାଗି ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି କୋରାପୁଟରେ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ଦୁଇଟି ପ୍ରକଳ୍ପର ନିର୍ମାଣର ଠିକା ସପୁର୍ଜୀ ପାଲୋନଜୀ କମ୍ପାନିକୁ ଦିଆଯାଇଛି। ୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇ ପ୍ରକଳ୍ପ କାମ ୩ ବର୍ଷ ମଧ୍ୟରେ ଶେଷ ହେବ।

ଏହା ସହ ବରଗଡ ଜିଲ୍ଲାର ଦୁଇଟି ବ୍ଲକକୁ ହେବ ପିଇବା ପାଣି ଯୋଗାଣ । ବସୁଧା ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଯୋଜନାରେ ୨ଟି ବ୍ଲକର ୧୬୬ଟି ଗାଁ ଉପକୃତ ହେବେ । ବରପାଲି ବ୍ଲକର ୨୨ ଗ୍ରାମ ପଞ୍ଚାୟତ ୭୦ ଏବଂ ଭେଡେନ ବ୍ଲକର ୨୧ ଗ୍ରାମ ପଞ୍ଚାୟତର ୯୬ଟି ଗାଁର ମୋଟ ୨ ଲକ୍ଷ ୨୯ ହଜାର ୬୪ ଜଣ ଲୋକ ଉପକୃତ ହେବେ । ଏଥିପାଇଁ ୨୧୫ କୋଟି ୩୧ ଲକ୍ଷ ୨୮ ହଜାର ୫୮୫ ଟଙ୍କା ଖର୍ଚ୍ଚ ହେବ । ତେବେ ୨ ବର୍ଷ ଭିତରେ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe