ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି : ଫେରାଇ ଦିଆଯିବ ଟାଟା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଗୋପାଳପୁରରେ ଅଧିକୃତ ଜମି

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି : ଫେରାଇ ଦିଆଯିବ ଟାଟା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଗୋପାଳପୁରରେ ଅଧିକୃତ ଜମି

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଗୋପାଳପୁରରେ ଟାଟା ଷ୍ଟିଲ୍ ଲିମିଟେଡର ପ୍ରସ୍ତାବିତ ବୃହତ ଇସ୍ପାତ ପ୍ରକଳ୍ପ ପାଇଁ ଅଧିକୃତ ହୋଇଥିବା ଜମି ଫେରସ୍ତ ଦିଆଯିବ । ୨୦ ବର୍ଷ ତଳେ ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ମୌଜାରେ ଇଡକୋ ପକ୍ଷରୁ ଏହି ଜମି ଅଧିଗ୍ରହଣ କରାଯାଇଥିଲା ।

ହେଲେ ଦୁଇ ଦଶନ୍ଧୀ ଧରି ୨୦୬ ଏକରରୁ ଅଧିକ ଜମି ବ୍ୟବହାର କରାଯାଇନଥିଲା । ବୃହତର ଜନସ୍ୱାର୍ଥକୁ ଦୃଷ୍ଟିରେ ସରକାର ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ବିନାମୂଲ୍ୟରେ ଜମି ଫେରାଇବା ଲାଗି ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଜମିଗ୍ରହୀତାମାନଙ୍କୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ରାଶି ସେମାନେ ଫେରାଇବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe