ଶିଳ୍ପନୀତିଠୁ ମହାମାରୀ, ଅଧିନିୟମରେ କରାଗଲା ସଂଶୋଧନ । ଦୂର ହେଲା ପଶ୍ଚିମ ଓଡ଼ିଶାବାସୀଙ୍କ ଜଳ ସଙ୍କଟ । ପ୍ରତି ଘରକୁ ପହଁଚିବ ପାନୀୟ ଜଳ, ମହାମାରୀ ନିୟମ ଭାଙ୍ଗିଲେ ଲାଗିପାରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର ।

495

କନକ ବ୍ୟୁରୋ: ସରିଲା ରାଜ୍ୟ କ୍ୟାବିନେଟ ବୈଠକ । କରୋନା ସମୟରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର । ୨୦୦୭-୨୦୧୭ ଶିଳ୍ପନୀତିରେ ହେଲା ସଂଶୋଧନ । ଆଇପିଆର୍ ଇନସେଟିଭ୍ ଆମେଣ୍ଡମେଣ୍ଟକୁ ସଂଶୋଧନ କରି ଏଥର ଶିଳ୍ପସଂସ୍ଥାକୁ ସରକାର ଦେଇ ପାରିବେ ଭାଟ୍ । ଏଥିରେ ୩୦୦ ଶିଳ୍ପସଂସ୍ଥା ଲାଭ ପାଇପାରିବେ । ସେହିଭଳି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ ।

କାରଖାନରେ ଓଭରଟାଇମ୍ ଡ୍ୟୁଟିକୁ ବୃଦ୍ଧିକୁ କ୍ୟାବିନେଟରେ ମଞ୍ଜୁରୀ । ୩ ମାସରେ ୭୫ ଘଣ୍ଟା ବଦଳରେ ୧୧୫ ଘଣ୍ଟାକୁ ଓଭର ଟାଇମ୍ ବୃଦ୍ଧି । ଶ୍ରମିକମାନେ ୨୪୦ ଦିନ ପରିବର୍ତ୍ତେ ୧୮୦ ଦିନରେ ନେଇପାରିବେ ଛୁଟି । ପ୍ରତିଶ୍ରୁତି ପୂରଣ କଲେ ସରକାର । ପଶ୍ଚିମଓଡ଼ିଶା ଜଳ ସଙ୍କଟ ଦୂର ପାଇଁ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପର ବ୍ୟୟବରାଦକୁ ମିଳିଲା ମଞ୍ଜୁରୀ । ମୋଟ୍ ଖର୍ଚ୍ଚ ହେବ ୧୧ଶହ ୩୮.୬୩ କୋଟି ଟଙ୍କା । ୧୨୪ ଗ୍ରାମ ୨୫ ହଜାର ୬୦୦ ହେକ୍ଟର ଜମି ହେବ ଜଳସେଚିତ ।

ଏହାଛଡ଼ା କ୍ୟାବିନେଟରେ ସେପଟେ ମହାମାରୀ ଆଇନରେ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯିବ । ଏବେ ମହାମାରୀ ଆଇନ ଅନୁସାରେ କଟକଣା ନମାନିବା, ମାସ୍କ ନପିନ୍ଧିବା ଓ ବାହାରେ ଛେପ ପକାଇବା ଭଳି ଆଇନ ଉଲଘଂନ ପାଇଁ ୧ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି । ଏହି ଆଇନରେ ସଂଶୋଧନ କରି ଜରିମାନା ବ୍ୟବସ୍ଥାକୁ ବଢ଼ାଇ ପାରନ୍ତି ସରକାର ।

ଏହିପରି ୨୦ ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି ।ବି ଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଆଜି ଅନୁମୋଦନ ଦେଇଛି କ୍ୟାବିନେଟ୍ । ଏହି ଅନୁମୋଦନ ଅନୁସାରେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଛି ।