କ୍ୟାବିନେଟରେ ବଡ଼ ନିଷ୍ପତ୍ତି । କୃଷି କ୍ୟାବିନେଟରେ ଚାଷୀଙ୍କୁ ଋଣ ଦେବା ଉପରେ ଗୁରୁତ୍ୱ, ଐତିହ୍ୟ କ୍ୟାବିନେଟରେ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତାକୁ ସିପାରିଶ ।

332

କନକ ବ୍ୟୁରୋ: ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟରେ କେନ୍ଦ୍ରଙ୍କ ପ୍ରସ୍ତାବକୁ ମଂଜୁରି ଦିଆଯାଇଛି । ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ସୁପରିଚାଳନା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ରହିବେ । ରାଜ୍ୟ ସଂଗ୍ରହାଳୟ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ କରାଯିବା ପ୍ରସ୍ତାବକୁ ମଂଜୁରୀ । ଉକ୍ରଳମଣି ଗୋପବନ୍ଧୁଙ୍କ ଜନସ୍ଥଳୀ ସୁଆଣ୍ଡୋର ବିକାଶ ପାଇଁ ସାଢେ ୧୧ କୋଟି ଟଙ୍କା ବ୍ୟୟ କରାଯିବ । ସେହିପରି ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦଭବନକୁ ଭର୍ଚୁଆଲ କରିବା ପାଇଁ ନିଷ୍ପତି ନିଆଯାଇଛି 

ସେହିପରି କୃଷି କ୍ୟାବିନେଟ ବୈଠକରେ ଚାଷୀଙ୍କୁ  ରୁଣ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଧାନ ସହ ଅନ୍ୟ ଫସଲ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ କୃଷି କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ଚାଷୀଙ୍କ ୟୁରିଆ ସାର ଯୋଗାଇ ଦିଆଯିବ । ବର୍ତମାନ ସୁଦ୍ଧା ୬.୧୫ ମେଟିକ ଟନ ୟୁରିଆ ସାର ଆସିଥିବା ସୂଚନା ଦେଇଛନ୍ତି କୃଷି ସଚିବ । ଏହାଛଡା କୃଷି ସଂପର୍କିତ ପରାମର୍ଶ ଦେବା ପାଇଁ ଏକ ଟୋଲଫ୍ରି ନଂବର ଜାରି କରାଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ।