କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ । ତେବେ ଚଳିତ ବଜେଟରେ କୃଷକଙ୍କ ସହ ମହିଳାଙ୍କୁ ମଧ୍ୟ ଅଧିକ ଫୋକସ୍ ଦେଇଛନ୍ତି ନବୀନ । ମହିଳା ଓ ଶିଶୁ ବିକାଶ ପାଇଁ ଏଥର ବଜେଟରେ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳାଙ୍କ ବିକାଶ ସହ ଏଥର ମିଶନ ଶକ୍ତିକୁ ମଧ୍ୟ ଅଧିକ ଫୋକସ ଦିଆ ଯାଇଛି । ମହିଳା ସଶକ୍ତିକରଣ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଅଧିନରେ ସେମାନଙ୍କ ସଙ୍ଘ ପାଇଁ ୩୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Advertisment

publive-image
ଏଥିସହ ‘ମିଶନ ଶକ୍ତି ଗୃହ’ ଯୋଜନାରେ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ଆଉ ଏଥିପାଇଁ ଚଳିତ ବଜେଟରେ ଅତିରିକ୍ତ ୧୩୦ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି । ମମତା ଯୋଜନାରେ ଚଳିତ ବର୍ଷ ପାଇଁ ୩୦୫ କୋଟି ବ୍ୟୟବରାଦ ହୋଇଛି ।

୬ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାଙ୍କ ବିକାଶ ପାଇଁ ୨ ହଜାର ୯୫ କୋଟି ଟଙ୍କା । ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ପାଇଁ ୭୭ କୋଟି ଏବଂ କିଶୋରୀ ବାଳିକାଙ୍କ ସଶକ୍ତିକରଣ ଯୋଜନା ପାଇଁ ୧୧ କୋଟି ଟଙ୍କା ବ୍ୟୟବରାଦ ସହ ଶିଶୁଙ୍କ ପାଇଁ ଉଦିଷ୍ଟ ଯୋଜନାର କାର୍ଯ୍ୟକାରୀତା ପାଇଁ ୩୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବିଧାନସଭାରେ ଉପସ୍ଥାପନା କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।