୨୦୧୯ ନିର୍ବାଚନ ନେଇ ମିଶନ ୧୨୦ ସ୍ୱପ୍ନ ! ଅମିତ ଶାହାଙ୍କୁ ରିପୋର୍ଟ ଦେବ ରାଜ୍ୟ ବିଜେପି, ବୁଥ୍ କମିଟି ନେଇ ଚିନ୍ତାରେ ବିଜେପି

୨୦୧୯ ନିର୍ବାଚନ ନେଇ ମିଶନ ୧୨୦ ସ୍ୱପ୍ନ ! ଅମିତ ଶାହାଙ୍କୁ ରିପୋର୍ଟ ଦେବ ରାଜ୍ୟ ବିଜେପି, ବୁଥ୍ କମିଟି ନେଇ ଚିନ୍ତାରେ ବିଜେପି

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବଭାରତକୁ ଦଖଲ କରିବା ପାଇଁ ବିଜେପି ରଣନୀତି କରୁଛି । ଯାହାର ରିହଲସେଲର ଦାୟିତ୍ୱ ଦଳର ଚାଣକ୍ୟ, ଅଧ୍ୟକ୍ଷ ଅମିତ ଶାହା ନେଉଛନ୍ତି । ୨୦୧୯ ନିର୍ବାଚରେ ଓଡ଼ିଶାକୁ ଦଖଲ କରିବା ଲକ୍ଷ୍ୟ ନେଇ ବିଜେପି ଚାଣକ୍ୟ ଅମିତ ଶାହା ୧୨୦ ମିଶନର ଟାକ୍ସ ରାଜ୍ୟ ନେତୃବୃନ୍ଦମାନଙ୍କୁ ଦେଇଥିଲେ । ଯାହାର ଷ୍ଟାଟସ ରିପୋର୍ଟ ଅମିତ ଶାହାଙ୍କୁ ରାଜ୍ୟ ବିଜେପି ଦେବ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଅମିତ ଶାହା ଦଳୀୟ ସାଂଗଠନିକ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ସହିତ ୧୨୦ ମିଶନର ରଣନୀତିରେ କ’ର ଉନ୍ନତି ହୋଇଛି ତାକୁ ନେଇ ସମୀକ୍ଷା ବୈଠକ କରିଥିଲେ ।publive-image

ଗତବର୍ଷ ପଞ୍ଚାୟତ ନିର୍ବାଚନ ପରେ ପରେ ବୁଥ କମିଟି ଗଠନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଅମିମ ଶାହା ମନ୍ତ୍ରରଣା ଦେଇଥିଲେ । ରାଜ୍ୟରେ ପାଖାପାଖି ୩୬ ହଜାର ପୁଲିଙ୍ଗ ବୁଥ ଥିବାବେଳେ ବିଜେପି  ୨୨ ହଜାର ପୁଲିଙ୍ଗ ବୁଥରେ ବୁଥ୍ କମିଟି ଗଠନ କରିଛି ବୋଲି ଅମିତ ଶାହାଙ୍କ ସମୀକ୍ଷା ବୈଠକରେ ଜଣାଇଥିଲେ । ଏହାସହ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ବାକିଥିବା ପୁଲିଙ୍ଗ ବୁଥ୍ ରେ ବୁଥ୍ କମିଟି ଗଢ଼ିବା କାର୍ଯ୍ୟ ତୁରନ୍ତ ଶେଷ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅମିତ ଶାହା ବୋଲି ବିସ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟପଟେ ଦଳ ବାକିଥିବା ପୁଲିଙ୍ଗ ବୁଥରେ ବୁଥ କମିଟି ଗଠନ କରିବାରେ ସମସ୍ୟା ଉପୁଜିଥିବା ସୁଚନା ମିଳିଛି । ଏହାର କାରଣ ଜଣା ପଡିବା ପରେ ବିଜେପିର ମିଶନ ୧୨୦ର ସ୍ୱପ୍ନ ଅଧୁରା ଭଳି ଏବେଠୁ ଲାଗୁଛି । ପ୍ରକୃତରେ ବିଜେପିକୁ ବୁଥ୍ କମିଟି ପାଇଁ ନିର୍ଭରଶୀଳ କର୍ମୀ ମିଳୁନଥିବା ଜଣାପଡିଛି । ବିଶେଷ କରି କୋଷ୍ଟାଲ ଜିଲ୍ଲାମାନଙ୍କରେ ବିଜେପିର ପଦ୍ମ ଧରିବାକୁ ନାରାଜ ଅଛନ୍ତି କର୍ମୀ ବୋଲି ସୂତ୍ରରୁ ଜଣାପଡିଛି । ଯେଉଁଠାରେ ଦଳୀୟ ସଂଗଠନ ଦୁର୍ବଳ ଥିବା ତଥ୍ୟ ମଧ୍ୟ ଜଣାପଡିଛି ।publive-image

ତେବେ ବିଜେପି ଚାଣକ୍ୟ ଅମିତ ଶାହାଙ୍କ ରଣନୀତି ଅନୁସାରେ, ପ୍ରତ୍ୟେକ ବୁଥ କମିଟିରେ ୨୩ ଜଣିଆ ବିଜେପି ପ୍ରତିନିଧି ରହିବେ । କିନ୍ତୁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ମିଳିଥିବା ସୁଚନା ମୁତାବକ ଅନେକ ବୁଥରେ ୧୦ଜଣ ବିଜେପି କର୍ମୀ ମଧ୍ୟ ନଥିବା ଜଣାପଡିଛି । “ବୁଥ୍ ରେ ବିଜୟ ମାନେ ନିର୍ବାଚନରେ ବିଜୟ” ଅମିତ ଶାହାଙ୍କ ମନ୍ତ୍ରକୁ ସାଥିରେ ଧରି ଅଗଷ୍ଟ ୧୫ ସୁଦ୍ଧା ୧୨୦ ମିଶନର ସ୍ୱପ୍ନକୁ ସାକାର କରିବା ପାଇଁ ଲାଗି ପଡିଛନ୍ତି ଦଳୀୟ ବରିଷ୍ଠ ନେତା । ଅନ୍ୟପଟେ ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଅମିତ ଶାହାଙ୍କୁ ଦେବ ରାଜ୍ୟ ବିଜେପି । ଓଡିଶା ଦାୟିତ୍ୱରେ ଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି, ବିଜେପି ବିଧାୟକ ଦଳ ନେତା, ଓଡିଶା ପ୍ରଭାରୀଙ୍କ ସହ ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତାମାନଙ୍କ ସହ ଦିଲ୍ଲୀରେ ଆସ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ମିଶନ ୧୨୦ର ସମୀକ୍ଷା କରିବେ ଅମିତ ଶାହା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe