ପିପିଲି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେପିର ସାମ୍ବାଦିକ ସମ୍ମଳନୀ । ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ବିଜେପି ରାଜ୍ୟ ସଭାପତି

150

କନକ ବ୍ୟୁରୋ : ଗତାକଲି ପପିଲି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବା ପରେ ଆଜି ଏହାକୁ ଟାର୍ଗେଟ କରି ରାଜ୍ୟ ବିଜେପି । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ୫ ଟି ପ୍ରଶ୍ନ ପଚରାଯାଇଛି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପଚାରିଛନ୍ତି କି, ମୁଖ୍ୟମନ୍ତ୍ରୀ ଏବେଠାରୁ ଯଦି ପିପିଲି ଦାୟିତ୍ୱ ନେବେ ତେବେ ପୂର୍ବରୁ କିଏ ନେଇଥିଲା  । ସେହଭଳି ଫନି ପରେ ଅନେକ ଲୋକ କାହିଁକି ଭଙ୍ଗା କୁଡିଆରେ ରହୁଛନ୍ତି ତା’ର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ସେ ପଚାରିଛନ୍ତି । ପିପିଲିର ଚାନ୍ଦୁଆ କଥା କହୁଥିବା ବେଳେ କିଏ ହିଂସ୍ର କରିଛି ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ । ଅନ୍ୟପଟେ ବହୁ ଚର୍ଚ୍ଚିତ ବେବିନା ଓ ଇତିଶ୍ରୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିଛି କି ବୋଲି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

କହିରଖୁ କି ଗତକାଲି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପିପିଲି ନିର୍ବାଚନ ପାଇଁ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ରୂଦ୍ର ମହାରଥିଙ୍କ ପାଇଁ ଭୋଟ ମାଗିଥିଲେ । ଯାହାକୁ ନେଇ ଆଜି ପ୍ରତିକ୍ରିୟାଶୀଳ ହୋଇପଡିଛି ବିଜେପି ।