କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟର ବିଜେପି ବିଧାୟକ । ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବିଜେପି ବିଧାୟକ ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ନେଇ ଦଳୀୟ ସ୍ୱତ୍ରରୁ ସୂଚନା ରହିଛି । ଏହି ଅବସରରେ ରାଜ୍ୟ ବିଜେପି ବିଧାୟକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ବିଶେଷ କରି ବର୍ତମାନ ସମୟରେ ଓଡ଼ିଶା ରାଜନୀତିର ସମୀକରଣ କ’ଣ ରହିଛି? ଏପରିକି ରାଜ୍ୟ ବିଜେପିର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇପାରେ । ସେହିପରି ବିଜେପି ବିଧାୟକମାନେ ରାଜ୍ୟ ବିଜେପିର ରିପୋର୍ଟ କାର୍ଡ ଦେଇପାରନ୍ତି । ୨୪ ଲଢ଼େଇରେ କ’ଣ ରହିବ ବିଜେପି ଆଭିମୁଖ୍ୟ ଏବଂ କ’ଣ ରହିବ ଷ୍ଟ୍ରାଟେଜୀ ସେନେଇ ଆଲୋଚନା କରିପାରନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ମୋଦୀଙ୍କୁ ଗୀତା ଉପହାର ଦେଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ହୋଇଥିଲା । ଆଗାମୀ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ପ୍ରଧାନମନ୍ତ୍ରୀ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି । ସେହିପରି ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଛନ୍ତି ।