ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ । ନିର୍ବାଚନ ରଣନୀତି ନେଇ ହେବ ଆଲୋଚନା ।

67

କନକ ବ୍ୟୁରୋ: ଆଜି ରାଜ୍ୟ ବିଜେପିର ବସୁଛି ପଦାଧିକାରୀ ବୈଠକ । ନିର୍ବାଚନ ରଣନୀତି ନେଇ ହେବ ଆଲୋଚନା । ଗତକାଲି ଓଡିଶାରେ ପହଞ୍ଚିିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ଏବଂ ସହ ପ୍ରଭାରୀ ।

ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ଶୀର୍ଷ ନେତାଙ୍କ ସହ ଆଲୋଚନା କରିଥିଲେ ପ୍ରଭାରୀ । ବିଜୟ ପାଲ ସିଂ ତୋମାରଙ୍କ ସହିତ ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ଓଡିଶା ଆସିଛନ୍ତି । ଉଭୟ ନେତା ଏଥର ରାଜ୍ୟରେ ବିଜେପିର ସରକାର ସୁନିଶ୍ଚିତ ବୋଲି ଦମ୍ବୋକ୍ତି ବାଢ଼ିଛନ୍ତି । ତୋମାର କହିଛନ୍ତି, ଏଥର ଓଡିଶାରେ ହେବ ଡବଲ୍ ଇଞ୍ଜିନ୍ ସରକାର । ୮୦ରୁ ଅଧିକ ବିଧାୟକ ଏବଂ ୧୬ରୁ ଅଧିକ ସାଂସଦ ଜିତିକି ଆସିବେ ବୋଲି କହିଛନ୍ତି । ଅନ୍ୟପଟେ ଓଡିଶାରେ ବିଜେପି ସରକାର ଆଣିବାରେ ମହିଳାଙ୍କ ସବୁଠୁ ବଡ ଅବଦାନ ରହିବ ବୋଲି କହିଛନ୍ତି ସହ ପ୍ରଭାରୀ ଲତା ଉସେଣ୍ଡି ।