ଭୁବନେଶ୍ୱରରେ ରାଜ୍ୟ ବିଜେପିର କ୍ଷେତ୍ରୀୟ ପ୍ରଭାରୀ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ୪ଟି ପର୍ଯ୍ୟାୟରେ କରିବେ ବୈଠକ

ଭୁବନେଶ୍ୱରରେ ରାଜ୍ୟ ବିଜେପିର କ୍ଷେତ୍ରୀୟ ପ୍ରଭାରୀ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ୪ଟି ପର୍ଯ୍ୟାୟରେ କରିବେ ବୈଠକ

କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ୨ ଦିନ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ୪ଟି ପର୍ଯ୍ୟାୟରେ ବସିବ ବୈଠକ । ଆଜି ହେବ ମହାଜନ ସମ୍ପର୍କ ଅଭିଯାନର ସମୀକ୍ଷା । ୨୦ ଜଣିଆ ଟିମ୍ ବଂଶଲ କରିବେ ଆଲୋଚନା । ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ହେବ ସାଂଗଠନିକ ଆଲୋଚନା ।

ସେପଟେ ଆସନ୍ତାକାଲି ଦୁଇଟି ପର୍ଯ୍ୟାୟରେ ବସିବ ବୈଠକ । ପ୍ରଥମ ପର୍ଯ୍ୟାୟରେ ଲୋକସଭା କ୍ଷେତ୍ର ଗୁଡ଼ିକରେ ଦଳୀୟ ସ୍ଥିତି ନେଇ ହେବ ଆଲୋଚନା । ଏଥିରେ ୧୩ ଲୋକସଭା କ୍ଷେତ୍ର ଗୁଡ଼ିକର ପରାଜିତ ପ୍ରାର୍ଥୀ, ପ୍ରଭାରୀ, ସହ ପ୍ରଭାରୀ ଏବଂ ବିଭିନ୍ନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତାଙ୍କ ସହ କରିବେ ଆଲାଚନା । ପରେ ଦଳର ବିଧାୟକମାନଙ୍କ ସହ ଭର୍ଚୁଆଲ ବୈଠକ କରିବେ ସୁନିଲ ବଂଶଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe