କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ୨ ଦିନ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ୪ଟି ପର୍ଯ୍ୟାୟରେ ବସିବ ବୈଠକ । ଆଜି ହେବ ମହାଜନ ସମ୍ପର୍କ ଅଭିଯାନର ସମୀକ୍ଷା । ୨୦ ଜଣିଆ ଟିମ୍ ବଂଶଲ କରିବେ ଆଲୋଚନା । ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ହେବ ସାଂଗଠନିକ ଆଲୋଚନା ।
ସେପଟେ ଆସନ୍ତାକାଲି ଦୁଇଟି ପର୍ଯ୍ୟାୟରେ ବସିବ ବୈଠକ । ପ୍ରଥମ ପର୍ଯ୍ୟାୟରେ ଲୋକସଭା କ୍ଷେତ୍ର ଗୁଡ଼ିକରେ ଦଳୀୟ ସ୍ଥିତି ନେଇ ହେବ ଆଲୋଚନା । ଏଥିରେ ୧୩ ଲୋକସଭା କ୍ଷେତ୍ର ଗୁଡ଼ିକର ପରାଜିତ ପ୍ରାର୍ଥୀ, ପ୍ରଭାରୀ, ସହ ପ୍ରଭାରୀ ଏବଂ ବିଭିନ୍ନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତାଙ୍କ ସହ କରିବେ ଆଲାଚନା । ପରେ ଦଳର ବିଧାୟକମାନଙ୍କ ସହ ଭର୍ଚୁଆଲ ବୈଠକ କରିବେ ସୁନିଲ ବଂଶଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/3_00000-3.jpg)