‘କରୋନା’ ନେଇ ବିଧାନସଭା ପରିସରକୁ ପ୍ରବେଶ ମନା। କେବଳ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ ଯାଇପାରିବେନି ସାଧାରଣ ଲୋକ

ଅତି ଜରୁରୀ କାମ ଥିଲେ ସଚିବଙ୍କ ଅନୁମତି ନେଇ କରିପାରିବେ ପ୍ରବେଶ

140

କନକ ବ୍ୟୁରୋ: କରୋନା ନେଇ ବିଧାନସଭା ପରିସରକୁ ପ୍ରବେଶ ମନା । କେବଳ କର୍ମଚାଚରୀ, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ ସାଧାରଣ ଲୋକ ଯାଇପାରିବେନି । ଜଣେ କର୍ମଚାରୀ ନିଜ ଚାମ୍ବରରୁ ଅନ୍ୟ ଜଣକ ଚାମ୍ବରକୁ ଯାଇପାରିବେ ନାହିଁ । ଅତି ଜରୁରୀ କାମ ଥିଲେ ସଚିବଙ୍କ ଅନୁମତି ନେଇ ସାଧାରଣ ଲୋକ କରିପାରିବେ ପ୍ରବେଶ । ଭିତରେ ବାରମ୍ବାର ଗୋଡ ହାତ ଧୋଇବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି ଜୋରଦାର୍ ପ୍ରସ୍ତୁତି । କୋଭିଡ-୧୯ ସତର୍କତା ପାଇଁ ରାଜ୍ୟବ୍ୟାପୀ ଜାରି ହୋଇଛି ସାମାଜିକ ଦୂରତା ଗାଇଡଲାଇନ । ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନହାଟ ଓ ସୁପର ମାର୍କେଟ ବନ୍ଦ ହେବନି। କିନ୍ତୁ ଏକସଙ୍ଗେ ୨୦ରୁ ୩୦ ଲୋକ ଯେପରି ନରହିବେ ସେ ନେଇ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସରେ କୁହାଯାଇଛି ।

• ଆହାର କେନ୍ଦ୍ର, ଓମଫେଡ ବୁଥ, କ୍ୟାଂଟିନରେ ହାତ ଧୋଇବା ବାଧ୍ୟ

• ବୟସ୍କ ଉପଭୋକ୍ତାଙ୍କ ଘରେ ପହଂଚାଯିବ ପିଡିଏସ ସାମଗ୍ରୀ

• ବସ୍, ଟାକ୍ସି, ଅଟୋର ସିଟ୍ ଏବଂ ସାଇଡବାରକୁ ବାରମ୍ବାର ସଫାକରିବାକୁ ନିର୍ଦ୍ଦେଶ

• ବସରେ ଯାତ୍ରୀଙ୍କ ମଧ୍ୟରେ ୧ ମିଟର ଦୂରତା ରଖିବେ

• ବ୍ୟାଙ୍କ , ଏଟିଏମ ପୋଷ୍ଟ ଅଫିସରେ ସାନିଟାଇଜର ରହିବ

• ଧାର୍ମିକ ସ୍ଥଳରେ ପରସ୍ପର ଭିତରେ ୧ ମିଟର ଦୂରତା ରଖିବେ ଶ୍ରଦ୍ଧାଳୁ