ଚିତ୍ରଶିଳ୍ପୀଙ୍କ କାନଭାସରେ ଦେଓମାଳିର ସୌନ୍ଦର୍ଯ୍ୟ । ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର 

63

କନକ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଦେଓମାଳିରେ ଅନୁଷ୍ଠିତ ହୋଇଛି ଚିତ୍ରକଳା ଶିବିର । ପାହାଡ଼ ପାଦଦେଶରେ ବସି ଦେଓମାଳିର ସୌନ୍ଦର୍ଯ୍ୟକୁ ରଙ୍ଗତୁଳୀରେ ଆଙ୍କିଛନ୍ତି ଚିତ୍ରଶିଳ୍ପୀ । ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା କୋରାପୁଟ ଜିଲ୍ଲା ପ୍ରଶାସନର ସହଯୋଗରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୫ ଜଣ ଚିତ୍ର ଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ସୁନ୍ଦର ଚିତ୍ର ଆଙ୍କିଛନ୍ତି ।

କୋରାପୁଟ ସଦର ମହକୁମାରେ ଥିବା ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ସମସ୍ତ ଚିତ୍ରକରଙ୍କ ଦ୍ୱାରା ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା । ପ୍ରାୟ ଏକ ମାସ ଧରି ଏହି ପ୍ରଦର୍ଶନୀ ଚାଲିବ । ଏହା ପରେ ଅନ୍ୟାନ୍ୟ ଅଞ୍ଚଳରେ ପ୍ରଦର୍ଶନୀ ହେବ ।  ତେବେ ଦେଓମାଳିର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । କବି ହୁଅନ୍ତୁ ଅବା ଚିତ୍ରଶିଳ୍ପୀ ଏଥିରୁ ବାଦ୍ ପଡ଼ନ୍ତି ନାହିଁ । ଏହି ଶିବିର ଦ୍ୱାରା ଚିତ୍ରଶିଳ୍ପୀଙ୍କ ଚିତ୍ରକଳାରେ ସ୍ଥାନ ପାଇଛି ଦେଓମାଳି । ଯାହା ସମସ୍ତଙ୍କୁ ବିମୋହିତ କରିଛି ।