ଆଶା ପାଇଲେ ନାହିଁ ଭତ୍ତା ! ବିଭିନ୍ନ ଜିଲ୍ଲାରେ ଛୋଟ ଛୁଆଙ୍କ ଟିକାକରଣ ବାଧାପ୍ରାପ୍ତ

Advertisment
ଆଶା ପାଇଲେ ନାହିଁ ଭତ୍ତା ! ବିଭିନ୍ନ ଜିଲ୍ଲାରେ ଛୋଟ ଛୁଆଙ୍କ ଟିକାକରଣ ବାଧାପ୍ରାପ୍ତ

କନକ ବ୍ୟୁରୋ : ୬ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିବା ଓଡ଼ିଶା ସ୍ୱାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘର ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସଂଘର ହୋଇଥିବା ଆଲୋଚନା ବିଫଳ ହେବା ପରେ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଟିକାକରଣ ବାଧାପ୍ରାପ୍ତ ହୋଇଥିବା ବେଳେ ଆଶା କର୍ମୀ ନିଜର ଭତ୍ତା ପାଇ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରତିମାସର ୧୦ତାରିଖରେ ଆଶା କର୍ମୀଙ୍କୁ ସେମାନଙ୍କର ଭତ୍ତା ଦିଆଯାଇଥାଏ। ତେବେ ଗତ ୩ଦିନ ଧରି ଏନ୍ଏଚ୍ଏମ୍ କର୍ମଚାରୀମାନେ ଆନ୍ଦୋଳନରେ ବସିଥିବାରୁ ଆଶା କର୍ମୀଙ୍କୁ ସେମାନଙ୍କ ଭତ୍ତା ମିଳିପାରି ନାହିଁ।

publive-imageଯାହାଫଳରେ ବିଭିନ୍ନ ଜିଲ୍ଲାରେ ସେମାନେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡ଼ିଛି। ସେହିପରି ଆୟୁଷ ଡାକ୍ତର ମଧ୍ୟ ସେମାନଙ୍କ ଦରମା ପାଇପାରି ନାହାନ୍ତି। ପ୍ରତି ବୁଧବାର ଟିକାକରଣ କାର୍ଯ୍ୟକ୍ରମ ଥିବାରୁ ତାହା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଯଦି ରାଜ୍ୟ ସରକାର ସଂଘର ଦାବି ଉପରେ ଦୃଷ୍ଟି ନ ଦିଅନ୍ତି ତେବେ ମା’ ଓ ଶୁଶୁ ସ୍ୱାସ୍ଥ୍ୟ, ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଗାଁ କଲ୍ୟାଣ ସମିତି, ରୋଗୀ କଲ୍ୟାଣ ସମିତି ଭଳି କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ସଂଘର ସଂପାଦକ ନଳିନୀ ସାହୁ କହିଛନ୍ତି। ଏହି ଅନ୍ଦୋଳନକୁ ସମର୍ଥନ ଜଣାଇ ସିଟିୁର ସାଧାରଣ ସଂପାଦକ ଜନାର୍ଦ୍ଦନ ପତି, ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ଜାତୀୟ ସାଧାରଣ ସଂପାଦକ ମମତାରାଣୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe