ରାଜଧାନୀରେ ଷ୍ଟାର୍ଟଅପ୍ ଓଡିଶା କାର୍ଯ୍ୟକ୍ରମ : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଛି ଏମଏସଏମଇ ବାର୍ଷିକ ବାଣିଜ୍ୟ ପ୍ରଦର୍ଶନୀ ମେଳା ୨୦୧୭

45

କନକ ବ୍ୟୁରୋ : ଏହି ପ୍ରଦର୍ଶନୀରେ ବିଦ୍ୟୁତ ଉପକରଣ, ରସାୟନ ଓ ପେଟ୍ରୋଲିୟମ ଜାତ ରସାୟନ, ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତି, କୃଷି ଭିତିକ, ବୟନଶିଳ୍ପ ଓ ହସ୍ତତନ୍ତ୍ର ଆଦି ଉତ୍ପାଦ ପ୍ରଦର୍ଶିତ କରାଯିବ । ନୂତନ ଓ ସ୍ୱତନ୍ତ୍ର ଧରଣର ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରଦର୍ଶନି ଆୟୋଜିତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା ୧୦ ତାରିଖ  ପର୍ଯ୍ୟନ୍ତ ଏହି ଟ୍ରେଡ ଫେୟାର ଚାଲିବ । ରାଜ୍ୟର ବିଭିନ୍ନ ଉଦ୍ୟୋଗୀ, ଷ୍ଟାର୍ଟଅପ ଏବଂ ବିଭିନ୍ନ ବାଣିଜ୍ୟ ସଂଗଠନମାନେ ଏହି ଟ୍ରେଡ ଫେୟାରରେ ଏକତ୍ରିତ ହେଉଛନ୍ତି ।