ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ! ବିଭିନ୍ନ ବୁଥରେ ଭୋଟର ସାବ୍ୟସ୍ତ କରୁଛନ୍ତି ନିଜର ମତାଧିକାର

Advertisment
ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ! ବିଭିନ୍ନ ବୁଥରେ ଭୋଟର ସାବ୍ୟସ୍ତ କରୁଛନ୍ତି ନିଜର ମତାଧିକାର

election

କନକ ବ୍ୟୁରୋ : ସାରା ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ମୋଟ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ନିଜର ମତାଧିକାର ସାବ୍ୟସ୍ତ କରିବେ ଜନତା । ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ବୁଥରେ ଆରମ୍ଭ ହୋଇଗଲାଣି ମତଦାନ । ନିଜର ମତଦେବା ପାଇଁ ବୁଥ ଆଗରେ ଅନେକ ଭୋଟ ଲାଇନ ଲଗାଇ ଛିଡା ହୋଇଥିବା ଦେଖାଯାଉଛି । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବୁଥରେ ସୁରକ୍ଷା ବ୍ୟବସ୍ଥାର ତର୍ଜମା ମଧ୍ୟ କରାଯାଇଛି ବିଶେଷ କରି ଅତି ସମ୍ବେଦନଶୀଳ ବୁଥରେ ପ୍ରଶାସନ ପକ୍ଷରୁ କଡା ନଜର ରହିଛି ।

ପୁରୀ, ଭୁବନେଶ୍ବର, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଏଭଳି ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୪୧୭ ପ୍ରାର୍ଥୀଙ୍କ ସଂପର୍କରେ ଭୋଟର ତାଙ୍କ ରାୟ ଶୁଣାଇବେ। ପାଖାପାଖି ୯୨ଲକ୍ଷ ଭୋଟର ଏହି ନିର୍ବାଚନରେ ସାମିଲ ହେବେ । ରାଜ୍ୟ ରାଜନୀତିର ପାଖାପାଖି ୫୦ରୁ ଅଧିକ ତୁଙ୍ଗ ନେତା, ପୂର୍ବତନ ପ୍ରଶାସକ, ଚଳଚ୍ଚିତ୍ର ତାରକାଙ୍କ ଭାଗ୍ୟ କଣ ହେବ, ତାହାକୁ ନେଇ ସମଗ୍ର ରାଜ୍ୟରେ ଉତ୍କଣ୍ଠା ଲାଗି ରହିଛି।

ଅନ୍ୟପକ୍ଷରେ ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିସନ କିଛି ଅତିରିକ୍ତ ପଦକ୍ଷେପ ନେଇଛନ୍ତି। ପୂର୍ବ ପର୍ଯ୍ୟାୟରେ ଦେଖାଦେଇଥିବା ଇଭିଏମ ଓ ଭିଭିପାଟ ତ୍ରୁଟିର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ୪୨ଟି ବିଧାନସଭାର ୧୦ ହଜାର ୪୬୪ଟି ପୋଲିଂ ବୁଥରେ ନିର୍ବାଚନ କରିବା ପାଇଁ ମୋଟ ୬୮ ହଜାର ୪୨୨ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe