କନକ ବ୍ୟୁରୋ : ଆରମ୍ଭ ହୋଇଗଲା ୨୦୧୯ର ମହାକୁମ୍ଭ । ସାରା ଦେଶରେ ମୋଟ ୨୦ଟି ରାଜ୍ୟରେ ଲୋକସଭା ନିର୍ବାଚନ ହେଉଛି । ତେବେ ସକାଳ ୭ ଟାରୁ ହିଁ ଆରମ୍ଭ ହୋଇଯାଇଛି ମତଦାନ । ବିଭିନ୍ନ ବୁଥରେ ଭୋଟରମାନେ ଧାଡିରେ ଆସି ନିଜ ମତ ସାବ୍ୟସ୍ତ କରୁଛନ୍ତି । ତେବେ ଯଦି ଆମେ ଓଡିଶା କଥା ଦେଖିବା ତେବେ ଓଡିଶାର ଆଜି ମୋଟ ୪ ଲୋକସଭା ଆସନରେ ନିର୍ବାଚନ ହେବା ପାଇଁ ଯାଉଛି । ଏହି ଲୋକସଭା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ହେବ । କେବଳ ଓଡିଶାରେ ନୁହେଁ ବରଂ ସାରା ଦେଶରେ ମୋଟ ୪ ରାଜ୍ୟରେ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି ।
ଭୋଟ ପାଇଁ ମତଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଓଡିଶାରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ନିର୍ବାଚନରେ ମତଦାନ କରିବା ଲାଗି ଭୋଟର ମଧ୍ୟ ବେଶ ଆଗ୍ରହ ଦେଖାଉଥିବା ଜଣାପଡିଛି । ବିଧାନସଭା ପାଇଁ ମୋଟ ୧୯୧ ପ୍ରାର୍ଥୀ ରହିଥିବା ବେଳେ ଲୋକସଭା ପାଇଁ ୨୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । କହିବାକୁ ଗଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଦେବା ପାଇଁ ବେଶ ଉତ୍ସାହିତ ଅଛନ୍ତି ଭୋଟର ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/CHALICHI-MATADANA-1.jpg)