ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର । ଆଜିଠାରୁ ମତଦାନ, ଡୋନାଲ୍ଡ ଟ୍ରମ୍ପ୍ ନିରାଶ । ଏକଜିଟ୍ ପୋଲ୍ ମୁତାବକ ଆଗରେ ଜୋ ବାଇଡେନ୍

929

କନକ ବ୍ୟୁରୋ : ବିଶ୍ୱର ସର୍ବବୃହତ ବିକାଶଶୀଳ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି (ମଙ୍ଗଳବାର) ଠାରୁ ମତଦାନ ଆରମ୍ଭ ହୋଇଛି । ଏଥର ନିର୍ବାଚନକୁ କରୋନା ମହାମାରୀ ପ୍ରଭାବିତ କରିଥିବା ବେଳେ ରିପବ୍ଲିକାନ ପାର୍ଟି ପକ୍ଷରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କୁ ଟକ୍କର ଦେଉଛନ୍ତି ଡେମୋକ୍ରାଟିକ୍ ପର୍ଟିର ପ୍ରାର୍ଥୀ ଜୋ ବାଇଡେନ । କରୋନା ମାହାମରୀ ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ତାରିଖ ଠାରୁ ଆଗୁଆ ମତଦାନ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାକୁ ‘ଆର୍ଲି ଭୋଟିଂ’ କୁହାଯାଉଛି । ନିର୍ବାଚନ ଦିବସର ଏକ ଦିନ ପୂର୍ବରୁ ପ୍ରାୟ ୬.୯୫ କୋଟି ଭୋଟର ଏହି ଆର୍ଲି ଭୋଟିଂ କରିସାରିଥିବା ଜଣାପିଡିଛି । ସେମାନେ ଇ-ମେଲ ଅଥବା ପୋଷ୍ଟାଲ ବେଲେଟ୍ ମାଧ୍ୟମରେ ମତଦାନ କରିଛନ୍ତି । ଆସନ୍ତା କାଲି ଭୋଟଦାନ ଶେଷ ହେବ । ମତଦାନ ଶେଷ ହେବା ପରେ ଭୋଟ ଗଣତି କରାଯିବ । ସରକାରୀ ଭାବେ ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳା ଫଳ ଘୋଷଣା କରାଯିବ ।
ସରକାରୀ ଭାବେ ୧୦ ତାରିଖରେ ଫଳା ଫଳ ଘୋଷଣା ହେବାକୁ ଥିବା ବେଳେ ମତଦାନ ପରଦିନ ସାମ୍ଭାବ୍ୟ ଫଳା ଫଳ ଜଣାପଡିବ । ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଆମେରିକୀୟ ସଂସଦ କଂଗ୍ରେସରେ ନିର୍ବାଚିତ ପ୍ରତିନିଧିଙ୍କ ଭୋଟ ଗଣତି ଆରମ୍ଭ ହେବ । ସେହିମାସ ୨୦ ତାରିଖରେ ବିଜୟୀ ହୋଇଥିବା ପ୍ରାର୍ଥୀ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।
ଆମେରିକା ଭୋଟଦାନ ବ୍ୟବସ୍ଥା ମୁତାବକ ଦେଶର ୫୦ ଟି ରାଜ୍ୟ ରୁ ୨ ଜଣ ଲେଖାଏଁ ମୋଟ ୧୦୦ ଜଣ ପ୍ରତିନିଧି ସିନେଟ (ସଂସଦର ଉଚ୍ଚ ସଦନ) କୁ ନିର୍ବାଚିତ କରିଥାନ୍ତି । ସେହିଭଳି ଜନସଂଖ୍ୟା ଆଧାରରେ ବିଭିନ୍ନ ରାଜ୍ୟର ୪୩୫ ଓ ୱାସିଂଟନ୍ ଡିସିରୁ ୩ ଜଣ ଏହିପରି ମୋଟ୍ ୪୩୮ ଜଣ ପ୍ରତିନିଧି ନିମ୍ନ ସଦନକୁ ନିର୍ବାଚିତ ହୋଇଥା’ନ୍ତି । ୪୩୮ ସହ ୫୦ ଟି ରାଜ୍ୟରୁ ୨ ଜଣ ଲେଖାଏଁ ଭୋଟର ମିଶି ମୋଟ ୫୩୮ ଜଣ ସାଂସଦ ନିର୍ବାଚିତ ହୋଇଥା’ନ୍ତି । ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ହେଲେ କୌଣସି ଦଳ ୨୭୦ ଟି ଆସନ ପାଇବା ଦରକାର ପଡେ । ପ୍ରତିନିଧି ସଭାର ୪୩୮ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରୂୁଥିବା ବେଳେ ସିନେଟର ୧୦୦ ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥା’ନ୍ତି । ସୌଭାଗ୍ୟର କଥା ଯେ ଏହି ନିର୍ବାଚନରେ ଅନେକ ଭାରତୀୟ ବଂଶଜ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସେପଟେ ପ୍ରି ପୋଲ, ଏକଜିଟ୍ ପୋଲ, ବା ସାମ୍ଭାବ୍ୟ ଫଳା ଫଳ ମୁତାବକ ଏବେ ବି ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ସୂଚନା ମଳିଛି ।