ଆରମ୍ଭ ହେଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ମତାଧିକାର ସାବ୍ୟସ୍ତ କରିବା ପାଇଁ ଅପେକ୍ଷା କରିଛନ୍ତି ଭୋଟର

Advertisment
ଆରମ୍ଭ ହେଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ମତାଧିକାର ସାବ୍ୟସ୍ତ କରିବା ପାଇଁ ଅପେକ୍ଷା କରିଛନ୍ତି ଭୋଟର

କନକ ବ୍ୟୁରୋ : ଆରମ୍ଭ ହେଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ମୋଟ ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ପଡିବ ଭୋଟ । ତେବେ ସକାଳୁ ସକାଳୁ ହଁ ବିଭିନ୍ନ ବୁଥରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଭୋଟର ଅପେକ୍ଷା କରି ରହିଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ନିର୍ବାଚନକୁ ଆଖିଆଗରେ ରଖି ପ୍ରଶାସନ ମଧ୍ୟ ସମସ୍ତ ବ୍ୟବସ୍ଥା କରିଛି । ଶାନ୍ତିଶୃଙ୍ଖଳାକୁ ବଜାୟ ରଖିବା ଲାଗି ପୋଲିସ ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ କରିଛି ।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଦେଇଥିବା ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ୧୦ ହଜାର ୭୯୨ଟି ବୁଥରେ ମତଗ୍ରହଣ କରାଯିବ,ଯେଉଁଥିରେ ୯୫ ଲକ୍ଷ ୬୫୩ଜଣ ଭୋଟର ମତାଧିକାର ସାବ୍ୟସ୍ତ କରି ୩୮୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନଙ୍କର ପ୍ରତିନିଧି ବାଛିବେ। ମତଦାତାଙ୍କ ମଧ୍ୟରେ ୪୯ ଲକ୍ଷ ୧ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି ଓ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ମହିଳା ଏବଂ ୫୯୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୩ ହଜାର ୯୨ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ସେଥିରୁ ୪୧୧ଟି ପାଇଁ ସିଏପିଏଫ ସୁରକ୍ଷା ବଳ ମୁତୟନ କରାଯିବା ସହ ୧ ହଜାର ୧୨୬ଟି ବୁଥରେ ୫୫୪ଟିରେ ସିସିଟିଭି, ୫୯୫ଟିରେ ମାଇକ୍ରୋ ଅବଜରଭର, ୨୪୦ଟି ବୁଥର ଭିଡିଓଗ୍ରାଫି, ୧୬୬ଟିରେ ସ୍ଥିର ଫଟୋଚିତ୍ର ପାଇଁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe