କନକ ବ୍ୟୁରୋ: ନିର୍ବାଚନ ସମୟରେ ଷ୍ଟାରଙ୍କୁ ନେଇ ଜୋର ଧରିଲା ରାଜନୀତି । ନବୀନ ନିବାସକୁ କଳାକାରଙ୍କ ଡାକରା ପରେ ବର୍ଷିଲା ଭାରତୀୟ ଜନତା ପାର୍ଟି । ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡିକୁ ପ୍ରଶ୍ନ କରିଛି ବିଜେପି । ବିଜେପି ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରଶ୍ନ କରିଛନ୍ତି, ରାଜ୍ୟ ସରକାର କଳାକାରଙ୍କ ପାଇଁ କଣ କରିଛନ୍ତି । ନିର୍ବାଚନ ସମୟରେ କଳାକାରଙ୍କ କଥା ମନେ ପଡେ ବୋଲି କହିଛନ୍ତି ପିଙ୍କି ପ୍ରଧାନ ।
ଗତକାଲି ଓଲିଉଡର ବିଭିନ୍ନ କଳାକାର ଓ କଣ୍ଠଶିଳ୍ପୀଙ୍କୁ ନେଇ ନବୀନ ନିବାସରେ ବୈଠକ ହୋଇଥିଲା । ବିଜେଡି ଛାଡି ବିଜେପିରେ ମିଶିଥିବା ୪ ବଡ କଳାକାରଙ୍କୁ ଟକ୍କର ଦେବା ପାଇଁ ଅନ୍ୟ କଳାକାରଙ୍କୁ ନେଇ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/31-9.jpg)