ସୁନୀଲ ଗ୍ରୋଭରଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର : ଏହି ସୋ’ ଜରିଆରେ ଛୋଟ ପରଦାକୁ ଫେରୁଛନ୍ତି ସୁନୀଲ

ସୁନୀଲ ଗ୍ରୋଭରଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର : ଏହି ସୋ’ ଜରିଆରେ ଛୋଟ ପରଦାକୁ ଫେରୁଛନ୍ତି ସୁନୀଲ

source : glibs.in

ଲୋକପ୍ରିୟ କମେଡିଆନ ଓ ଅଭିନେତା ସୁନୀଲ ଗ୍ରୋଭରଙ୍କୁ ଛୋଟ ପରଦାରେ ଢ଼େର ଦିନ ହେବ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ଯେଉଁମାନେ ସୁନୀଲ ଗ୍ରୋଭରଙ୍କୁ ଛୋଟ ପରଦାରେ ମିସ୍ କରୁଥିଲେ,ସେମାନଙ୍କ ପାଇଁ ଏବେ ଏକ ଭଲ ଖବର। ମିଳିଥିବା ସୂଚନା ଅନୁଯାୟୀ, ସୁନୀଲ ଷ୍ଟାର୍ ପ୍ଲସ୍ ଚ୍ୟାନେଲର ଏକ ‘ଉଇକେଣ୍ଡ ମିନି ସିରିଜ୍’ ଜରିଆରେ ଛୋଟ ପରଦାକୁ ଫେରୁଛନ୍ତି।

ଏହି ମିନି ସିରିଜରେ ସୁନୀଲ ଗ୍ରୋଭର୍ ୨୦୧୮ ବର୍ଷର ପୁରା ରାଉଣ୍ଡ ଅପର ଉପସ୍ଥାପନ କରିବେ। ଏହା ମୋଟ୍ ୧୪ ଏପିସୋଡ୍ ବିଶିଷ୍ଟ ହେବ ବୋଲି ମଧ୍ୟ କୁହାଯାଉଛି। ଏଥିରେ ସୁନୀଲଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏହି ସୋ’ରେ ଅନ୍ୟ କେତେଜଣ କମେଡିଆନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଶୁଣିବାକୁ ମିଳୁଛି ଯେ,ଏହି ସୋ’ରେ ରଣବୀର ସିଂହ ନିଜ ଅଭିନୀତ ସିନେମା ‘ସିମ୍ବା’ଓ ଶାହାରୁଖ୍ ‘ଜିରୋ’ଫିଲ୍ମର ପ୍ରମୋସନ୍ କରିବାକୁ ଆସିବେ।

ଏଠାରେ ସୂଚନାଯୋଗ୍ୟ ଯେ ସୁନୀଲ ଗ୍ରୋଭରଙ୍କୁ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ରେ ବଡ ପରଦାର ଦର୍ଶକ ଦେଖିବାକୁ ପାଇଥିଲେ। ତା’ବ୍ୟତୀତ ସେ ସଲମାନ୍ ଖାନଙ୍କ ଅଭିନୀତ ମେଗା ବଜେଟ୍ ଫିଲ୍ମ ‘ଭାରତ’ରେ ମଧ୍ୟ ଅଭିନୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe