ଧାମନଗର ଉପନିର୍ବାଚନ : ଷ୍ଟାର କ୍ୟାମ୍ପେନର ତାଲିକା ଜାରି କଲେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ

416

କନକ ବ୍ୟୁରୋ : ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନାହିଁ କହି ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ସ୍ୱାଧୀନ ପାର୍ଥୀ ରାଜେନ୍ଦ୍ର ଦାସ । ଏହା ପରେ ଷ୍ଟାର ପ୍ରଚାରକ ତାଲିକା ଜାରି କରି ଧାମନଗର ରାଜନୀତିକୁ ଆହୁରି ସରଗରମ କରିଛନ୍ତି । ରାଜୁ ଦାସଙ୍କ ଷ୍ଟାର ପ୍ରଚାରକ ତାଲିକାରେ କେହି ବଡ଼ ନେତା ନାହାନ୍ତି । ଏକ ନୂଆ ପ୍ରକାରର ତାଲିକା ଜାରି କରି ରାଜୁ ଦାସ ରାଜନୈତିକ ଚାଲ ଖେଳିଛନ୍ତି ।

ଲୋକଙ୍କ ନିକଟତର ହେବା ପାଇଁ ଜାରି କରିଥିବା ଏହି ତାଲିକାରେ ରହିଛନ୍ତି ବାପା, ମା, ଗୁରୁଜନ, ଚାଚା, ଚାଚି । କେବଳ ଏମାନେ ନୁହନ୍ତି, କୃଷକ, ଭାଇ ଭଉଣୀ ଓ ସାଧାରଣ ଜନତା ତାଲିକାରେ ଅଛନ୍ତି । ରାଜୁ ଦାସ କହିଛନ୍ତି ଏମାନେ ହେଉଛନ୍ତି ତାଙ୍କର ହର୍ତାକର୍ତା ଦଇବ ବିଧାତା । ଏହି ତାଲିକା ଜାରି ହେବା ପରେ ଧାମନଗର ନିର୍ବାଚନ ଲଢେଇ ଏବେ ରୋଚକ ହୋଇଛି ।